Boudh

ବସ ଓ ପିକଅପ ମୁହାଁମୁହିଁ ଧକ୍କା, ୧ ଗୁରୁତର, ୪ ଆହତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଫିସ ସମ୍ମୁଖରେ ବସ-ପିକଅପ ମୁହାଁମୁହିଁ ଧକ୍କା ହେବା କାରଣରୁ ଚାରି ଜଣ ଆହତହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତିଛନ୍ତି । ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବୌଦ୍ଧ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ବସ ଭୁବନେଶ୍ୱର ରୁ ବୌଦ୍ଧ ଅଭିମୁଖେ ଆସୁଥିବା ବେଳେ ବେଳେ ବିପରୀତ ଦିଗରୁ ଆସୁଥିବା ପିଅକପ ସହ ଚାରିଛକ ସ୍ଥିତ ହରଭଙ୍ଗା ତହସିଲ କାର୍ଯ୍ୟାଳୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପିକଅପରେ ଥିବା ହେଲ୍ପର ଗୁରୁତର ହୋଇଥିବା ବେଳେ ଡ୍ରାଇଭର ଓ ବସରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ଉଭୟଗାଡି ଜାତୀୟ ରାଜପଥରେ ଦୁର୍ଘଟଣା ହେବାରୁ ପ୍ରାୟ ୩ ଘଣ୍ଟା ରାସ୍ତା ବନ୍ଦ ହୋଇଯାଇଥିଲା । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତାରୁ ଦୁର୍ଘଟଣା ଗାଡି ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ପୋଲିସ ଅଧିକ ତଦନ୍ତ କରୁଛି ।

Related Articles

Leave a Reply

Your email address will not be published.

Back to top button