ଓଲଟିଲା କଲେଜ ବସ୍

ନୂଆପଡା ଜିଲ୍ଲା ଖଡ଼ିଆଳ ମହାତ୍ମା ଗାନ୍ଧୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  ଛାତ୍ର ଛାତ୍ରୀ ମାନଙ୍କୁ ଖଡ଼ିଆଳରୁ ଭବାନୀପାଟଣାକୁ ଏକ ସେମିନାରରେ ଯୋଗ ଦେବାକୁ  ଯାଉଥିବା ସମୟରେ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ବେଳେ ବସରେ ଦୁଇ କର୍ମଚାରୀଙ୍କ ଶହ ୪୭ ଛାତ୍ରୀ ଥିଲେ। ଦୁଇ କର୍ମଚାରୀଙ୍କ ମଧ୍ୟରେ କଲେଜ ଅଧକ୍ଷ କାନରେ ଆଘାତ ଲାଗିଥିବା ବେଳେ କଲେଜ ଅଧ୍ୟାପକଙ୍କ ଦୁଇ ଗୋଡ ଭାଙ୍ଗିଛି ଓ ଗାଡ଼ି ଚାଲକ ଅଧିକ ଗୁରୁତର ଥିବା ବେଳେ ଅଧ୍ୟାପକ ଗାଡ଼ି ଚାଳକଙ୍କୁ ରାୟପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ରେଫର୍ କରାଯାଇଛି। ଛାତ୍ରୀ ମାନଙ୍କ ମଧ୍ୟରୁ ୩୦ଜଣ ଛାତ୍ରୀ ଆଘାତ ପାଇଥିବା ବେଳେ ଖଡିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ଠିକ୍ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *