ଯାତ୍ରୀବାହି ବସ୍ ଦୁର୍ଘଟଣା, ଜଣେ ମୃତ ଓ ୧୦ଆହତ। ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଯାଉଥିବା ଅରୂପାନନ୍ଦ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ । ବନ୍ତ ଥାନା ଟିଲୋ ତ୍ରିକୋଣା ଛକରେ 11kv ବିଦ୍ୟୁତ ଖୁଣ୍ଟକୁ ବାଡେଇ ଭାରସାମ୍ୟ ହରାଇ ଜଣେ ପଥଚାରୀଙ୍କ ଉପରେ ଚଢିଯାଇ ନୟନଜୋରି ନାଳକୁ ଓଲଟି ପଡିଥିଲା। ଘଟଣାସ୍ଥଳରେ ଜଣେ ପଥଚାରୀଙ୍କ ମୃତୁ ହୋଇଥିବାବେଳେ, ବସ ରେ ଥିବା ୧୦ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାଙ୍କୁ ସ୍ଥାନାନ୍ତରିତ କରାଯାଇଛି I ତେବେ ଘଟଣା ସ୍ଥଳରେ ଉତେଜନା ପାଇଥିବା ବେଳେ ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥକୁ ସ୍ଥାନୀୟ ଲୋକ ଙ୍କ ଦ୍ଵାରା ଅବରୋଧ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now