ଜଳେଶ୍ୱର ଭୋଗରାଇ ଥାନା ଅନ୍ତର୍ଗତ ୫୭ନଂ ରାଜ୍ୟ ରାଜପଥ ଥାନା ଛକ ନିକଟରେ ଦୁର୍ଘଟଣା ଘଟିଛି। ସ୍କୁଟି କୁ ଧକ୍କା ଦେଇଛି ଘରୋଇ ବସ୍। ଫଳରେ ସ୍କୁଟିରେ ଯାଉଥିବା ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁବକ ଗୁରୁତର ହୋଇଛନ୍ତି। ମୃତ ଯୁବତୀ ବସ୍ତା ଅଞ୍ଚଳର ପୁଜା ଦାସ ଏବଂ ଗୁରୁତର ଯୁବକ ବସ୍ତା ବ୍ଳକ ଚକୁରି ଗ୍ରାମର ବୁଲବୁଲ ଦାସ ହୋଇଥିବା ଜଣାପଡ଼ିଛି। ସୁଚନା ଅନୁଯାୟୀ ୫୭ନଂ ରାଜ୍ୟ ରାଜପଥ ଥାନା ଛକ ନିକଟରେ ଦୃତ ଗତିରେ ଆସି ସ୍କୁଟିକୁ ପଛପଡୁ ଧକ୍କା ଦେଇଥିଲା ଲକ୍ଷ୍ମୀ ନାରାୟଣ ନାମକ ଘରୋଇ ବସ୍। ତେବେ ଘଟଣାସ୍ଥଳରେ ଯୁବତୀଙ୍କ ମୃତୟୁ ହୋଇଥିବା ବେଳେ ଯୁବକଙ୍କୁ ପ୍ରଥମେ ଜଳେଶ୍ଵର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now