ଓଡ଼ିଶା

ଚିନ୍ତାରେ ବ୍ୟବସାୟୀ

କୁଜଙ୍ଗ: ଚିନ୍ତାରେ 200 ବ୍ୟବସାୟୀ  । ଜାତୀୟ ରାଜପଥର ପ୍ରଶସ୍ଥ ନିମନ୍ତେ ଭୂତମୁଣ୍ଡାଇ ବଜାର   ଉଠିବାକୁ ଯାଉଥିବାରୁ  କେମିତି ପରିବାର ପ୍ରତିପୋଷଣ କରିବେ ନେଇ ବଢିଛି ଅଡୁଆ ।  ଉପଯୁକ୍ତ ଥଇଥାନ ପାଇଁ ଦାବୀ କରିଥିବାବେଳେ କେତେ ପୁରଣ କରୁଛି ପ୍ରଶାସନ ବଡ ପ୍ରଶ୍ନ ପାଲଟିଛି।

ବନ୍ଦର ନଗରୀ ପାରାଦୀପ ର ପ୍ରବେଶ ପଥରେ ରହିଛି ଭୂତମୁଣ୍ଡାଇ ବଜାର ।  ତଳ ଆଉ ଉପର ରାସ୍ତା କୁ ଲକ୍ଷ୍ୟ ରଖି ଏଠି ଗଢି ଉଠିଥିବା ବଜାର ରେ ଗଢିଉଠିଛି ପ୍ରାୟ 200 ଦୋକାନ । ଏବେ କିନ୍ତୁ ଜାତୀୟ ରାଜପଥର ପ୍ରଶସ୍ଥ ନିମନ୍ତେ  ଏହି ବଜାର ଉଠିବାକୁ ଯାଉଥିବା ବେଳେ ଚିନ୍ତାରେ ପୁରା 200 ବ୍ୟବସାୟୀ । ସେମାନଙ୍କର ପ୍ରଶ୍ନ କେମିତି  ବଞ୍ଚିବେ ।ଉପଯୁକ୍ତ  ଥଇଥାନ ପାଇଁ ଦାବି କରିଛନ୍ତି ।

ସେପଟେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ମାର୍କେଟ୍ କମ୍ପ୍ଲେକ୍ସ ଘର କୁ ସ୍ଵୟଂ ସହାୟକା ଗୋଷ୍ଠୀ କୁ ଯୋଗାଇ ଦିଆଯାଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଏଠାକାର ବ୍ୟବସାୟୀ ।  ବ୍ଳକ ପ୍ରସାଶନ ଠାରୁ ଆରମ୍ଭ କରି ବିଧାୟକ ଙ୍କ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ  । ଏହାସହ ସେମାନଙ୍କ ଭିଟାମାଟି ଉପରେ ମାର୍କେଟ୍ କମ୍ପ୍ଲେକ୍ସ ତିଆରି ହୋଇଥିବା ବେଳେ 28 ପଞ୍ଚାୟତ ର ବ୍ୟବସାୟୀ ଙ୍କୁ କଣ ପାଇଁ ଅଗ୍ରାଧିକାର ଦିଆଯାଉଛି ବୋଲି ଉଠାଇଛନ୍ତି ପ୍ରଶ୍ନ  |

ସ୍ଥାନୀୟ ଅଞ୍ଚଳବାସୀଙ୍କ ର ସୁବିଧା ପାଇଁ ଏହି ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ , ସାଧାରଣ ଲୋକ ଓ ସ୍ଵଂୟ ସହାୟକା ଗୋଷ୍ଠୀଙ୍କ ପାଇଁ  ଗୃହ ଆବଣ୍ଟନ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପରପକ୍ଷେ ବଜାର ଭାଙ୍ଗିବାକୁ ଯାଉଥିବା ବେଳେ ଆମକୁ ସମସ୍ତ୍ କମ୍ପ୍ଲେକ୍ସ ଦିଅ ବୋଲି ଜିଦ୍ ରେ ଅଟଳ  ବ୍ୟବସାୟୀ  ମାନେ ଥିବାବେଳେ ଏହା ଅସମ୍ଭବ ବୋଲି ପ୍ରକାଶ କରିଛନ୍ତି  କୁଜଙ୍ଗ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ।  

ପ୍ରଶାସନ ଓ ବ୍ୟବସାୟୀ ନିଜ ନିଜ ଜିଦ୍ ରେ ଅଟଳ ଥିବାବେଳେ ଏହି ମାର୍କେଟ୍ କମ୍ପ୍ଲେକ୍ସ କୁ ନେଇ ଆଗକୁ ଯେ କି ପରିସ୍ଥିତି ହେବ ତାହା କିଏ କହିବ ?

Leave a Reply

Your email address will not be published.

Back to top button