କାଳୀ ପୂଜା ପାଇଁ ପ୍ରସ୍ତୁତ ହେଉଛି ବ୍ୟାସନଗର

ଯାଜପୁର: ଆଉ କେଇଟା ଦିନ ପରେ କାଳୀ ପୂଜା। ସେଥିପାଇଁ ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳରେ ଆରମ୍ଭ ହୋଇଛି ପ୍ରସ୍ତୁତି। ସରକାରଙ୍କ ନିୟମାବଳୀକୁ ଧ୍ୟାନରେ ରଖି ପୂଜା ଉତ୍ସବକୁ କିପରି ସୁଚାରୁ ରୂପେ ପାଳନ କରାଯାଇପାରିବ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି।

ଯାଜପୁରର ବ୍ୟାସନଗର ଅଞ୍ଚଳରେ କାଳୀପୂଜାକୁ ବେସ ଧୁମଧାମରେ ପାଳନ କରାଯାଇଥାଏ। ପୂଜା ପାଉଥିବା ବ୍ୟାସ ନଗରରେ ୧୩ଟି  ପୂଜା ମଣ୍ଡପରେ ମା କାଳୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଏଥିପାଇଁ ସମସ୍ତ କମିଟି ସଦସ୍ୟଙ୍କୁ ନେଇ ଗଠିତ ହୋଇଛି ଶାନ୍ତିକମିଟି। କାଳୀପୂଜା ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହେଇ ନଭେମ୍ବର ୬ ତାରିଖରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଫାୟାର ଷ୍ଟେସନ ନିକଟରେ ଥିବା ସମ୍ପଦ କେନ୍ଦ୍ରର କୃତିମ ପୋଖରୀରେ ମାଙ୍କ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ଶାନ୍ତି ଶୃଙ୍ଖଳାର ସହ କିପରି ପୂଜା ହେବ ସେଥିପାଇଁ କମିଟି ଗୁଡିକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି। ପ୍ରତିଯୋଗିତାମୂଳକ ପୂଜାରେ କେଉଁ ମଣ୍ଡପର ପୂଜା ଓ ମୂର୍ତ୍ତି ଲୋକଙ୍କ ଦ୍ବାରା ଆଦୃତ ହେବ ସେଥିପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି। ନାମୀ ଦାମୀ କାରିଗରଙ୍କୁ ଅଣାଇ ମୂର୍ତ୍ତି ଗଢିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ସହ ଆଲୋଚନା ହୋଇଛି। ଆଇନ ଶୃଙ୍ଖଳାକୁ ଏଡାଇବାକୁ ପ୍ରଶାସନ ପକ୍ଷରୁ ସମସ୍ତ ମଣ୍ଡପରେ ପୁଲିସ ମୁତୟନ ନେଇ ନିଷ୍ପତ୍ତି ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *