ଦୁଇ ବୃଦ୍ଧାଙ୍କ ଆଶ୍ରୟ ସାଜିଛି କେବିନ

ଜଳେଶ୍ବର: ପୁଅଟିଏ ଥିଲେ କୂଳ ଆଗକୁ ଯାଏ। ମଲା ବେଳେ ବାପା ମା’ଙ୍କ ମୁହଁରେ ପାଣି ମୁନ୍ଦେ ଦେଲେ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ମାତ୍ର ଏହାର ବିପରିତ ଦୃଶ୍ୟ ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ଥି ପଞ୍ଚାୟତରେ। ବୃଦ୍ଧା ମା ପୁଅ ବୋହୂଙ୍କ ପାଇଁ ଆଲୋଡ଼ା ହୋଇଯାଇଛି! ଛୋଟିଆ କେବିନରେ ଜୀବନ କାଟୁଛନ୍ତି ଦୁଇ ବୃଦ୍ଧା। ସେପଟେ ଖୁବ ଶୀଘ୍ର ବୃଦ୍ଧା ଶାନ୍ତିଲତାଙ୍କର ପୁଅକୁ ଡାକି ବୁଝାସୁଝା କରିବେ ବୋଲି କହିଛନ୍ତି ବାଲିଆପାଳ ବିଡ଼ିଓ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ଥି ପଞ୍ଚାୟତର ସ୍ବର୍ଗତ ହରେକୃଷ୍ଣ ପରିଡାଙ୍କର ଶାନ୍ତିଲତା ପରିଡା ଓ ଶଙ୍କରୀ ପରିଡା ନାମକ ଦୁଇ ଜଣ ସ୍ତ୍ରୀ ଥିଲେ। ସେମାନେ ହସ ଖୁସିରେ ରହୁଥିଲେ। କିନ୍ତୁ ସ୍ୱାମୀ ହରେକୃଷ୍ଣଙ୍କ ମୃତ୍ୟୁ ପରେ ଦୁଇ ଯାଆ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ। ପ୍ରଥମ ସ୍ତ୍ରୀ ଶାନ୍ତିଲତାର ଦୁଇଟି ପୁଅ ବୋହୁ ,ନାତି ନାତୁଣୀ ଅଛନ୍ତି। କିନ୍ତୁ ପୁଅ ମାନେ ସମସ୍ତ ସମ୍ପତି ବାଡ଼ିକୁ ନିଜ ନାଁରେ କରି ନେଲା ପରେ ମାକୁ ଘରୁ ବିଦା କରି ଦେଇଥିଲେ ଦୁଇ ପୁଅ। ଶେଷରେ ବୃଦ୍ଧା ଶାନ୍ତିଲତାଙ୍କ ଏକ ମାତ୍ର ସାହା ଭରଷା ସାଜିଛନ୍ତି ତାଙ୍କ ସଉତୁଣୀ ଶଙ୍କରୀ। ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ ସମୟ ଧରି ଶଙ୍କରୀଙ୍କ ପାଖରେ ରହିଆସୁଛନ୍ତି ଶାନ୍ତିଲତା। ଶଙ୍କରୀ ପଞ୍ଚାୟତ ଅଫିସ ପାଖରେ ଏକ କେବିନ ଟିଏ କରି ଚାହା ପାନ ବିକ୍ରି କରୁଛନ୍ତି । ଆଉ ସେଥିରୁ ଯାହା ଦୁଇ ପଇସା ପାଆନ୍ତି ସେଥିରେ ଦୁଇ ସଉତୁଣୀ ଦୁଃଖ କଷ୍ଟରେ ଚଳୁଛନ୍ତି। ତେବେ ବାଦ୍ଧକ୍ୟ ଭତ୍ତା ଏବଂ ୧୦କିଲୋ ଚାଉଳ ସେମାନଙ୍କ ଔଷଧ ପାଇଁ ନିଅଣ୍ଟ ହେଉଛି।.
ସେପଟେ ଶଙ୍କରୀଙ୍କ ନାଁରେ ସ୍ୱାମୀ ଘୁଁଠେ ମାତ୍ର ଘରଡିହ କରିଥିଲେ। କିନ୍ତୁ ଅର୍ଥ ଅଭାବରୁ ଘରଟିଏ କରି ପାରିନଥିଲେ। ଏବେ କେବିନ ସାଜିଛି ସେମାନଂକର ଏକମାତ୍ର ସାହା ଭରସା। ଅନ୍ୟପଟେ ଦୁଇ ଵୃଦ୍ଧାର ଦୁଃଖ କଷ୍ଟ ଦେଖି ସରକାରୀ ସାହାୟତା ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ। ସେପଟେ ଘଟଣା ସର୍ମ୍ପକରେ ଖବର ପାଇ ବାଲିଆପାଳ ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା ଓ ତହସିଲଦାର ଦୀପକ କୁମାର ଦାସ ପହଂଚି ଦୁଇ ଅସହାୟ ବୃଦ୍ଧାଙ୍କର ସମସ୍ତ କଥା ବୁଝିଥିଲେ! ଏବଂ ଖୁବ ଶୀଘ୍ର ବୃଦ୍ଧା ଶାନ୍ତିଲତାଙ୍କର ପୁଅକୁ ଡାକି ବୁଝାସୁଝା କରିବେ ବୋଲି କହିଛନ୍ତି ବାଲିଆପାଳ ବିଡ଼ିଓ।
ପ୍ରଦୀପ କୁମାର ଜେନାଙ୍କ ରିପୋର୍ଟ