ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

Spread the love

ଆସନ୍ତାକାଲି ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଶପଥ ଗ୍ରହଣ ପରେ ସରକାରୀ ସ୍ତରରେ ଅନେକ ଗୁଡ଼ିଏ କାର୍ଯ୍ୟ ଗ୍ରହଣ କରାଯିବ। ତେଣୁ ଜୁନ୍ ୩୦ତାରିଖ ଯାଏଁ ସରକାରୀ ଛୁଟି ବାତିଲ କରାଯାଇଛି । ସରକାରୀ ଅଧିକାରୀ ମାନଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ଏପରି ନିର୍ଦ୍ଦେଶାନାମା ଜାରି କରାଯାଇଛି। ସରକାରୀ ଛୁଟି ଦିନ ତଥା ରବିବାର ଦିନ ମଧ୍ୟ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିପାରିବ। ଏନେଇ ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

Leave a Reply

Your email address will not be published. Required fields are marked *