ଆଜି ବସିବ ଛତିଶା ନିଯୋଗ ବୈଠକ

Spread the love

() ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ l ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେବ l ସନ୍ଧ୍ୟା ୬ଟା ରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ବୈଠକ। ଆଗାମୀ ସ୍ନାନଯାତ୍ରା ଓ ରାଜେନ୍ଦ୍ରଭିଷେକ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା l ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ସହ ଠାକୁରଙ୍କ ପହଣ୍ଡି, ସ୍ନାନ ନୀତି, ହାତୀ ବେସ ଓ ଶୃଙ୍ଖଳିତ ଦର୍ଶନ ଆଦି କିପରି ହେବ ସେନେଇ ବିଶେଷ ଭାବେ ଆଲୋଚନା କରାଯିବ l ବୈଠକରେ ବିଭିନ୍ନ ନିଯୋଗର ସେବାୟତ ଯୋଗଦେବା ସହ  ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ।

Leave a Reply

Your email address will not be published. Required fields are marked *