ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଛତିଶଗଡ଼ ରାଜ୍ୟପାଳଙ୍କ ଦାବି

Spread the love

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ତୁରନ୍ତ ଖୋଲିବାକୁ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଦାବି କରିଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି ଯେ, ରତ୍ନଭଣ୍ଡାରରେ କ’ଣ ଅଛି, ତାକୁ ନେଇ କୋଟିକୋଟି ଜଗନ୍ନାଥପ୍ରେମୀ ଏବଂ ଓଡ଼ିଆଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ସନ୍ଦେହ ଦୂର କରିବା ପାଇଁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯିବା ଦରକାର । ଏଥି ପାଇଁ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଛତିଶଗଡ ରାଜ୍ୟପାଳଙ୍କ ଦାବି ପରେ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ରତ୍ନଭଣ୍ଡାର ସଂପର୍କିତ ମାମଲା ଏବେ ନ୍ୟାୟାଳୟରେ ବିଚାରଧୀନ ରହିଛି । ତେଣୁ ଏହି ପ୍ରସଙ୍ଗରେ ବିଚାରବିମର୍ଶ କରିବା ଠିକ ହେବ ନାହିଁ ।

Leave a Reply

Your email address will not be published. Required fields are marked *