ଡାକ୍ତର ଦିବସ ଅବସରରେ ଡାକ୍ତର ମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ଦିବସ ଉପଲକ୍ଷେ ଡାକ୍ତର ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଚ୍ୱିଟ କରି କହିଛନ୍ତି, ଲୋକମାନଙ୍କ ବହୁମୂଲ୍ୟ ଜୀବନ ସୁରକ୍ଷା ଦିଗରେ ଡାକ୍ତରମାନଙ୍କ ନିଷ୍ଠା ଓ ସମର୍ପଣ ଭାବ ଅବର୍ଣ୍ଣନୀୟ। କୋଭିଡ ହେଉକି ଅନ୍ୟ କୌଣସି ଜରୁରୀକାଳୀନ ସ୍ଥିତି, ସର୍ବଦା ନିଜ କାର୍ଯ୍ୟ ଦ୍ୱାରା ସେମାନେ ମହତ ଉଦାହରଣ ସୃଷ୍ଟି କରିଛନ୍ତି। ଜନସେବାରେ ନିଜକୁ ସମର୍ପିତ କରିଥିବା ସମସ୍ତ ଡାକ୍ତରମାନଙ୍କୁ ଡାକ୍ତର ଦିବସ ରେ ମୋର ଶୁଭେଚ୍ଛା ଓ ସମ୍ମାନ ଜଣାଉଛି।

Leave a Reply

Your email address will not be published. Required fields are marked *