ଓଡ଼ିଶା

ରାଜ୍ୟବ୍ୟାପୀ ଡ୍ରାଇଭର ମହାସଂଘର ଆନ୍ଦୋଳନର ପ୍ରଭାବ

() ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଖାଦ୍ୟ ସାମଗ୍ରୀ ଉପରେ ଏହାର ଅଧିକ ପ୍ରଭାବ ପଡିଥିବା ପରିଲକ୍ଷିତ ହୋଇଛି । ପରିବା ଗାଡି ଆସିପାରୁନଥିବାରୁ ବଜାରରେ ଦର ଏବେ ଆକାଶ ଛୁଆଁ ହେଲାଣି ।  ସାଧାରଣ ଜନଜୀବନ ଏଥିପାଇଁ ଏମିତିକି ପେଟ୍ରୋଲ ଟ୍ୟାଙ୍କର ଅଟକି ରହିଥିବାରୁ ସବୁ ପେଟ୍ରୋଲ ପମ୍ପରେ ଏବେ ତୈଳ ଅଭାବ ଦେଖାଦେଇଛି । ଏମିତିକି ପେଟ୍ରୋଲ ନଥିବା ଯୋଗୁଁ ଅନେକ ପମ୍ପ ବନ୍ଦ ମଧ୍ୟ ହୋଇଗଲାଣି ।

ଉଦବେଗ ହେଉଛି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ । ପ୍ରଭାବିତ ହୋଇଛି ଜନଜୀବନ । ଗାଡି ଚାଳକଙ୍କ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ପଡିଲାଣି ପ୍ରଭାବ । ଖାଦ୍ୟ ସାମଗ୍ରୀଠାରୁ  ଆରମ୍ଭ କରି ପେଟ୍ରୋଲ ଡିଜେଲ ଯାଏଁ ଦେଖାଦେଲାଣି ଅଭାବ। ଏଥିପାଇଁ ଜନଜୀବନ ହେଲାଣି ବହୁମାତ୍ରାରେ ପ୍ରଭାବିତ । ଓଡିଶା ବାହାରୁ ଆସୁଥିବା ଖାଦ୍ୟ ସାମଗ୍ରୀ ଗାଡି ଗୁଡିକ ଅଧାରାସ୍ତାରେ ଅଟକି ରହିଛି । ଏହାର ତୁରନ୍ତ ସମାଧାନ ନହେଲେ ଆସନ୍ତାକାଲି ଠାରୁ ସାମଗ୍ରୀର ଅଭାବ ସାଙ୍ଗକୁ କଳାବଜାରୀ ହେବାର ଆଶଙ୍କା ମଧ୍ୟ ରହିଛି l ଏଣୁ ସରକାର ସମସ୍ୟା ସମାଧାନ ଦିଗରେ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ । ସେପଟେ ଆନ୍ଦୋଳନ ଯୋଗୁଁ ଅଧିକ ମାତ୍ରାରେ ପରିବା ଷ୍ଟକ ଆଣିବାକୁ ପ୍ରଶାସନ ସହ  ଆଲୋଚନା କରାଯାଇଥିଲା l ସବୁ ଗେଟରେ ଗାଡି ପାସ କରାଇ ଦିଆଯିବ ବୋଲି ପ୍ରଶାସନ କହିଥିଲେ। ମାତ୍ର ଏବେ କୌଣସି ଗାଡି ଆସି ପାରୁନାହିଁ l ଫଳରେ ଲକ୍ଷାଧିକ ଟଙ୍କାର ପରିବା  ରାସ୍ତା ଉପରେ  ନଷ୍ଟ ହେଉଛି l ଏହାସହ ଷ୍ଟ୍ରାଇକ ପାଇଁ ଅନ୍ୟ ରାଜ୍ୟର ବ୍ୟବସାୟୀ ଗାଡି ଲୋଡ଼ କରୁନାହାନ୍ତି ବୋଲି କହିଛନ୍ତି ପରିବା ବ୍ୟବସାୟୀ ସଙ୍ଘ। ଆନ୍ଦୋଳନ ଯୋଗୁଁ କଟକ ଛତ୍ରବଜାରରେ ସୃଷ୍ଟି ହୋଇଛି କୁତ୍ରିମ ପରିବା ସଙ୍କଟ। ଛତ୍ରବଜାର କୁ ଦୈନିକ 6 ରୁ 7  ଗାଡ଼ି ପରିବା ଆସୁଥିବା ବେଳେ ଗୁରୁବାର ଗୋଟିଏ ବି ଗାଡ଼ି ଆସିନାହିଁ। ତେବେ ଶୁକ୍ରବାର ଛତ୍ରବଜାରରେ ପରିବା ନମିଳି ପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।  ପୋଟଳ ଦର 80 ଟଙ୍କା ଥିବା ବେଳେ ଆଜି 130ରୁ 140 ଟଙ୍କା ହୋଇଛି। ବାଇଗଣ ଏବଂ କଲରା ଦର 30 ଟଙ୍କା ଥିବା ବେଳେ ଆଜି 35ରୁ 40 ଟଙ୍କାକୁ ବଢିଛି। ସେହିପରି ଭେଣ୍ଡି ଏବଂ ଜହ୍ନି ଦର 40 ଟଙ୍କା ଥିବା ବେଳେ ଆଜି 50 ଟଙ୍କା ହୋଇଛି। ଏହାସହ ଟମାଟୋ 20 ଟଙ୍କା ଥିବା ବେଳେ ଆଜି 25 ଟଙ୍କାରେ ବିକ୍ରୀ ହେଉଛି। ସେପଟେ ବ୍ରହ୍ମପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।  ସରକାର ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସବୁ କ୍ଷେତ୍ରରେ ଅଭାବୀ ଦେଖାଦେବ ବୋଲି କହିଛନ୍ତି ଉଭୟ ବ୍ୟବସାୟୀ ଓ ଗ୍ରାହକ,

ଅନ୍ୟପଟେ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁଁ ବିଭିନ୍ନ ସ୍ଥାନରେ ମିଳୁନି ପେଟ୍ରୋଲ । ବନ୍ଦ ଯୋଗୁଁ ତେଲ ଆସିପାରୁନିଥିବାରୁ ଭୁବନେଶ୍ୱରରେ ବନ୍ଦ ହେବାକୁ ଆରମ୍ଭ ହେଲାଣି ପେଟ୍ରୋଲ ପମ୍ପ l ଡିପୋରେ ଅଟକିଛି ପେଟ୍ରୋଲ ଡିଜେଲ ଟ୍ୟାଙ୍କର l ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ଥିବା ବେଳେ ଅସୁବିଧା ଭୋଗୁଛନ୍ତି ଲୋକେ । ସେପଟେ ଟାଙ୍କିରେ ଯେତିକି ତେଲ ଅଛି  ସବୁଦିନ ଭଳି  ତେଲ ପକାଗଲେ  ଆସନ୍ତକାଲି ପର୍ଯ୍ୟନ୍ତ ଯିବ l ତେଣୁ ଯଥାଶୀଘ୍ର ଡ୍ରାଇଭର ମହାସଂଘ ଆନ୍ଦୋଳନ ହଟିଲେ ଜନସାଧାରଣ ହଇରାଣ  ହେବେନି କି ତେଲ ଟାଙ୍କି ମାଲିକ ବି କ୍ଷତି  ସହିବେନି ବୋଲି ପେଟ୍ରୋଲ ପମ୍ପ ମ୍ୟାନେଜର କହିଛନ୍ତି ।  ତେବେ ପେଟ୍ରୋଲ କେମିତି ଆସିବ ସେନେଇ ଡ୍ରାଇଭର ସଙ୍ଘ  ସହ    ଆଲୋଚନା ହେଉଛି ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲି୍ୟମ ଆସୋସିଏସନ ସାଧାରଣ ସମ୍ପାଦକ।

ତେବେ ସରକାର ତୁରନ୍ତ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିଲେ ଆଗକୁ ପରିସ୍ଥିତି ଭୟାବହ ହେବାର ଆଶଙ୍କା ରହିଛି ।

Leave a Reply

Your email address will not be published.

Back to top button