ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସଫେଇ ଅଭିଯାନ

Spread the love

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ପୁରୀ ଗସ୍ତରେ ଆସି ଗୁଣ୍ଡିଚାମନ୍ଦିର ନିକଟରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଛୋଟ ଛୋଟ ପିଲାମାନଙ୍କ ସହ ପୁରୀ ଗୁଣ୍ଡିଚା ମନ୍ଦିରଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସଫେଇ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, କ୍ରୀଡାମନ୍ତ୍ରୀ, ପୁରୀ ସାଂସଦ, ବ୍ରହ୍ମଗିରି ବିଧାୟିକା ଓ ଅନ୍ୟାନ୍ୟ ବିଧାୟକ ମାନେ ଯୋଗଦେଇଥିବା ଦେଖିବାକୁ ମିଳିଛି। ବଡାଦାଣ୍ଡ ସଫେଇ କରିବା ସହିତ ସ୍ୱଚ୍ଛତା ମାଧ୍ୟମରେ ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ ଏବଂ ମହାପ୍ରଭୁ ଘୋଷଯାତ୍ରାରେ ବଡଦାଣ୍ଡ ସଫା ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏଥିସହିତ ରଥଯାତ୍ରା ସମୟରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାର କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *