
ଭୁବନେଶ୍ୱର: ଭୁବନେଶ୍ୱର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଦିନକୁ ଦିନ ଲୋକମାନଙ୍କ ସଂଖ୍ୟା ବଢୁଥିବା ବେଳେ ଗାଡ଼ି ମୋଟର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏନେଇ ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି। ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭିକେ ପାଣ୍ଡିଆନ ଆଜି ଭୋରୁ ଶିଶୁ ଭବନ ଚ୍ଛକ, ରବି ଟକିଜ ଛକ, କଳ୍ପନା ଚ୍ଛକ, ବେହେରା ସାହି ଛକ, ରସୁଲଗଡ ଚ୍ଛକ ଓ଼ ଆଇଗିଣିଆ ଚ୍ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ପୂର୍ତ୍ତ ସଚିବ ଶ୍ରୀ ଭି ଭି ଯାଦବ, BMC କମିଶନର ପ୍ରମୁଖ ଉପସ୍ଥିତ ଥିଲେ।