ମୟୁରଭଞ୍ଜରେ ସାପ କାମୁଡାରେ ଶିଶୁ ମୃତ, ମା ଗୁରୁତର

Spread the love

ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାରେ ସାପ କାମୁଡାରେ ଘଟିଲା ବଡ ଅଘଟଣ ଘଟିଛି । ଶିଶୁ ପୁତ୍ରର ଜୀବନ ଚାଲି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଜୀବନ ମରଣ ସହ ମାଆ ଲଢୁଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମରେ । କଟୁରିଆ ଗ୍ରାମର ମିନତୀ ମହାକୁଡ ନିଜର ଶିଶୁପୁତ୍ରକୁ ଧରି ଗତକାଲି ରାତିରେ ଘରେ ଶୋଇଥିଲେ । ହେଲେ ହଠାତ୍ ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ଆସି ଉଭୟ ମା ଏବଂ ପୁଅକୁ କାମୁଡିଥିଲା । ମିନତୀଙ୍କ ସ୍ୱାମୀ ଏବଂ ପରିବାର ଲୋକେ ଏହା ଜାଣି ଆଜି ସକାଳ ସମୟରେ ଉଭୟ ମା ଏବଂ ପୁଅକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ଡାକ୍ତରଖାନାରେ ଶିଶୁପୁତ୍ରର ମୃତ୍ୟୂ ହୋଇଥିବା ବେଳେ ମାଆ ମିନତୀଙ୍କ ଅବସ୍ଥା ଗୁରୁତର ରହିଥିଲା । ପ୍ରାଥମିକ ଚିକିତ୍ସା ପରେ ମିନତୀଙ୍କୁ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *