ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା

Spread the love

ମାଲକାନଗିରି : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଜୁନ୍ ମାସ ବ୍ୟାପୀ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ମାଲକାନଗିରି ସଦର ମହକୁମାରେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରଭାଗୀୟ ଶ୍ରମ କାର୍ଯ୍ୟାଳୟରେ ଶିଶୁଶ୍ରମ ବିରୋଧରେ ଏକ ପଦଯାତ୍ରା ଉଦ୍ଘାଟିତ ହୋଇଯାଇଛି ।ଏହି ଶୋଭାଯାତ୍ରା ପ୍ରଭାଗୀୟ ଶ୍ରମ କାର୍ଯ୍ୟାଳୟରୁ ବାହାରି ସୁବାଷ ବୋଷ ଓ ବାଲିମେଳା ଛକ ଦେଇ ଉପଜିଲ୍ଲପାଳଙ୍କ ବାସସ୍ଥାନ ପର୍ଯ୍ୟନ୍ତ ହୋଇଥିଲା। ଏହି ପଦଯାତ୍ରାରେ ଶିଶୁ ଶ୍ରମ ଆଇନ ସମ୍ପର୍କିତ ଦଣ୍ଡବିଧାନ ସହ ଶିଶୁ ଶ୍ରମିକ ମାନଙ୍କର ଉଦ୍ଧାର ଓ ଥଇଥାନ ସମ୍ପର୍କରେ ସଚେତନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାକୁ ଏକ ଶିଶୁଶ୍ରମ ମୁକ୍ତ ରାଜ୍ୟ କରିବା ନିମନ୍ତେ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହା ଅନ୍ତର୍ଗତ ଶିଶୁ ଓ କିଶୋର ଶ୍ରମ ( ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬କୁ କଡ଼ାକଡ଼ି ଭାବେ ପାଳନ କରିବା ସହ ଶିଶୁ ଶ୍ରମ ନିରାକରଣ ରାଲି ଓ କର୍ମଶାଳା ଆୟୋଜନ କରାଯାଉଛି ।

ଏହି ଶୋଭାଯାତ୍ରାରେ ମାଲକାନଗିରି ପୌର ପରିଷଦ ଅଞ୍ଚଳରେ ଥିବା ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ମା ଗୃହ, ମାଲକାନଗିରିର ସଦସ୍ୟ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁରାଧା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ସହକାରୀ ଶ୍ରମ ଅଧିକାରୀ ବିଶ୍ୱରଞ୍ଜନ କହଁର ଏବଂ ମା ଘର ଅଧ୍ୟକ୍ଷା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *