ଦୀଘା ‘ଜଗନ୍ନାଥ ଧାମ’ ବିବାଦ ପ୍ରସଙ୍ଗରେ ବାନାର୍ଜୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ କୁହାନଯାଉ ବୋଲି ମୋହନ ମାଝୀ ଚିଠିରେ ଉଲ୍ଲେଖ କରିଛନ୍ତି। ‘ଧାମ’ ଶଦ୍ଦ ବ୍ୟବହାରରୁ ଦୂରରେ ରହିବାକୁ କହିଲେ ମୋହନ। ‘ଆନ୍ତଃରାଜ୍ୟ ସମ୍ମାନ ଓ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖନ୍ତୁ’ ବୋଲି ମଧ୍ୟ କହିଛନ୍ତି। ପୁରୀରେ ଥିବା ‘ଜଗନ୍ନାଥ ଧାମ’ ପବିତ୍ର ସ୍ଥାନ ଏବଂ ସ୍ବତନ୍ତ୍ର। ଅନ୍ୟ କୌଣସି ଠାରେ ‘ଜଗନ୍ନାଥ ଧାମ’ ବ୍ୟବହାର ଲୋକଙ୍କୁ ଆଘାତ ଦେଇଛି। କୋଟିକୋଟି ଭକ୍ତ, ତୀର୍ଥଯାତ୍ରୀଙ୍କ ଭାବାବେଗକୁ କୁଠାରଘାତ କରିଛି। ଦୀଘା ମନ୍ଦିରକୁ ଧାମ କୁହାଯିବା ଏବଂ ପ୍ରଚାରରେ ବ୍ୟବହାର ଦ୍ବନ୍ଦ୍ବ ସୃଷ୍ଟି କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠିରେ ଉଲ୍ଲେଖ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now