Koraput

ବୁଲା ଗାଇଗୋରୁ ମାଲିକଙ୍କ ଠାରୁ ଜୋରିମାନା ଆଦାୟ କଲା ପୌର ପାଳିକା

ଜୟପୁର : ଜୟପୁର ସହରରେ ବୁଲା ଗାଇ ଗୋରୁ ମାଲିକମାନଙ୍କ ଠାରୁ ଜୋରିମାନା ଆଦାୟ କରିଛି ପୌର ପାଳିକା । ସହରରେ ଦିନକୁ ଦିନ ବୁଲା ଗାଇଗୋରୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥି ପାଇଁ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି । ଏପରିକି ଦୀର୍ଘ ସମୟ ଧରି ବସି ରହୁଥିବାରୁ ଟ୍ରାଫିକ୍ ସମସ୍ୟା ବି ଦେଖାଦେଉଛି ।

ଜନଗହଳି ସ୍ଥାନ ମାନଙ୍କରେ ଷଣ୍ଢ ଲଢେଇରେ ସାଧାରଣ ଲୋକ ଆହତ ହେବା ବି ଦେଖିବାକୁ ମିଳୁଛି । ଗତ ଦୁଇ ଦିନ ତଳେ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । କିଛି ଗାଇ ମାଲିକ କ୍ଷୀର ଦୁହିଁବା ପରେ ଗାଇଗୁଡିକୁ ଖୋଲା ଛାଡି ଦେଉଥିବା ଜଣାଯାଇଛି ।ଏପରି ଅଭିଯୋଗ ଆସିବା ପରେ ଜୟପୁର ପୌରପାଳିକା ତରଫରୁ ସହରରେ ବୁଲୁ ଥିବା ୧୮ଟି ଗାଇ ,ମଇଁଷି କୁ ଧରି ଗୋଶାଳା ଛଡା ଯାଇଥିଲା । ପରେ ଗାଇର ମାଲିକ ମାନେ ଆସି ଜୋରିମାନା ଦେଇ ଗାଇକୁ ନେଇଥିଲେ ।  ମୋଟ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇ ଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button