ଓଡ଼ିଶାରାଜନୀତି

ଲିଗାସିକୁ ନେଇ ଉଠୁଛି ପଡ଼ୁଛି ପାଟକୁରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପାଟକୁରାରେ ଲିଗାସି ପଲିଟିକ୍ସକୁ ନେଇ ସବୁଠି ଚର୍ଚ୍ଚା। ଗୋଟିଏ ପଟେ ବାପ-ପୁଅ ଯୋଡ଼ି ତ ଆଉ ଗୋଟିଏ ପଟେ ମାଆ-ପୁଅ ଯୋଡ଼ି। ବିଜୟ ମହାପାତ୍ର ତାଙ୍କ ପୁଅ ଅରବିନ୍ଦଙ୍କୁ ପ୍ରୋଜେକ୍ଟ କରୁଥିଲା ବେଳେ ସାବିତ୍ରୀ ତାଙ୍କ ପୁଅ ସଞ୍ଜୟଙ୍କୁ ୨୪ ପାଇଁ ପ୍ରୋଜେକ୍ଟ କଲେଣି।ଆଗରୁ କେନ୍ଦ୍ରାପଡ଼ା ସଦର ବିଧାୟକ ଶଶୀଭୂଷଣ ସମାନ ଫର୍ମାଟରେ ନିଜ ପୁଅକୁ ପ୍ରୋଜେକ୍ଟ କରିବାକୁ ନେଇ ବିରୋଧାଭାସର ପାଟକୁରା ଚାପ୍ଟରରେ ପୁନରାବୃତ୍ତି ହେବ ନା ଏମାନଙ୍କୁ କୋଳେଇନେବେ, ସମୟ କହିବ।

ପାଟକୁରାରେ ପରିବର୍ତ୍ତନର ଚର୍ଚ୍ଚା। ଆସନକୁ ନୁହେଁ। ଲିଗାସିକୁ ନେଇ ଉଠୁଛି ପଡ଼ୁଛି ପାଟକୁରା ନିର୍ବାଚନମଣ୍ଡଳୀ। ବିଜେପିର ଟାଣୁଆ ନେତା ବିଜୟ ମହାପାତ୍ର ଏବଂ ପାଟକୁରାର ବିଜେଡି ବିଧାୟିକା ସାବିତ୍ରୀ ଅଗ୍ରୱାଲ ନିଜ ନିଜ ପୁଅକୁ ପ୍ରୋଜେକ୍ଟ କରିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତିକନପୁର ଠାରେ ବିଜୟଙ୍କ ବନ୍ଧୁମିଳନ ସଭାରେ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଧିବଦ୍ଧ ଭାବେ ମୈଦାନରେ ପ୍ରବେଶ କରାଇବାକୁ ସଜବାଜ ଆରମ୍ଭ ହୋଇଯାଇଛି। ନିର୍ଦ୍ଦଳୀୟ ବ୍ୟାନରରେ ବିଜୟଙ୍କୁ ଭରପୁର ସ୍ୱାଗତ ଓ ପୁଅ ରବିନ୍ଦଙ୍କ ମୁହଁରେ ପରିବର୍ତ୍ତନର ମନ୍ତବ୍ୟ କିଛି ଏମିତି ଦିଗକୁ ସୂଚାଉଥିଲା।

ବିଜୟଙ୍କ ବନ୍ଧୁ ମିଳନ ସଭାର ଗୋଟିଏ ଦିନ ପରେ ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରଓ୍ୱାଲ ଚାନ୍ଦୋଳ ଠାରେ ଏକ ବିଶାଳ ଜନସଭା ଆୟୋଜନ କରିଥିଲେ। ଅବଶ୍ୟ ଅବସର ଥିଲା ବିଜେଡିର ପ୍ରତିଷ୍ଠା ଦିବସ ଉତ୍ସବ। କିନ୍ତୁ ଫୋକସରେ ଥିଲେ ସାବିତ୍ରୀଙ୍କ ପୁଅ ସଞ୍ଜୟ। ଅସୁସ୍ଥତା କାରଣରୁ ରାଜନୈତିକ ଧାଁ ଧଉଡ଼ରୁ ଦୂରେଇ ରହି କିଭଳି ନିଜ ପୁଅ ମୁଣ୍ଡରେ ରାଜନୈତିକ ଉତ୍ତରାଧିକାରୀ ମୁକୁଟ ଭିଡ଼ିବେ, ସେ ଚିନ୍ତା ଘାରିଛି ସାବିତ୍ରୀଙ୍କୁ। ଆଉ ସଞ୍ଜୟ ବି ଯଦିଓ ଲବିରେ ନଥିବା କଥା କହିଛନ୍ତି, କିନ୍ତୁ ଦଳୀୟ ସୁପ୍ରିମୋଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି ବୋଲି କହିଛନ୍ତି।

କେନ୍ଦ୍ରାପଡ଼ା ସଦର ବିଧାୟକ ଶଶୀଭୂଷଣ ବେହେରା ତାଙ୍କ ପୁଅକୁ ପ୍ରୋଜେକ୍ଟ କରୁଥିବା କଥାର ଆଭାସ ମାତ୍ରେ କିଭଳି ପ୍ରବଳ ବିରୋଧାଭାସର ସମ୍ମୁଖୀନ ହୋଇଥିଲେ, ସମସ୍ତେ ଦେଖିସାରିଛନ୍ତି। ଆଉ ପାଟକୁରାରେ ରାଜନୈତିକ ଉତ୍ତରାଧିକାରୀ ଖୋଜା ଭିତରେ କିଏ ବନ୍ଧୁମିଳନ କଲାଣି ତ କିଏ ସଭା କରି ନିଜ ଇଛାକୁ ଜାହିର କଲେଣି।

ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button