ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ପଟାଭାଡି ସାହିରେ ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଛାତ୍ର ଜଣକ ବିନିକା ବ୍ଲକ କଣ୍ଟାପାଲି ଗାଁର ରୂତୁରାଜ ସା। ସେ ସୋନପୁର ରାଜ କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ବୋଲି ଜଣାପଡିଛି। ଗତକାଲି କଲେଜର ବିଦାୟ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ରୂତୁରାଜ ଓ ତାଙ୍କର ଜଣେ ସାଙ୍ଗ ମିଶି ନିଜ ଭଡା ଘରକୁ ଆସି ଶୋଇଥିଲେ। ହେଲେ ରାତିରେ ରୂତୁରାଜ ଆତ୍ମହତ୍ୟା କରିଛନ୍ତି। ସକାଳୁ ତାଙ୍କ ସାଙ୍ଗ ଦେଖିବା ପରେ ସୋନପୁର ପୋଲିସ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଓ ପୋଲିସର ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now