୫ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା କଲେଜ ପିଲାଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ

Spread the love

ଭୁବନେଶ୍ୱର : ଢେଙ୍କାନାଳରେ ୫ ଟି  ସଚିବଙ୍କ ଗସ୍ତ ପାଇଁ କଲେଜ ପିଲାଙ୍କୁ କାର୍ଯ୍ୟକ୍ରମ ସ୍ଥଳୀକୁ ନିଆଯାଉଥିବା ବେଳେ ବସ୍ ଦୁର୍ଘଟଣା  ହେବାରୁ ବହୁ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏହି ଘଟଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଦୃଢ ନିନ୍ଦା କରିଛି । ଏବିଭିପି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି ଯେ ଢେଙ୍କାନାଳ ଜିଲ୍ଲାର  ମଠକରଗୋଳା କଲେଜ ପିଲାଙ୍କୁ ନେଇ ଆସୁଥିବା ଘରୋଇ ବସ ଦୁର୍ଘଟଣା ଘଟିଛି । ଏଥିରେ ବହୁ ଛାତ୍ର ଛାତ୍ରୀ ଆହତ ହେଇଛନ୍ତି ।ଏହି ଭଳି ଘଟଣା ପାଇଁ ଦାୟୀ କିଏ ରହିବ ଜିଲ୍ଲା ପ୍ରଶାସନ ନା କଲେଜ କର୍ତୃପକ୍ଷ ? ବୋଲି ସେ ପ୍ରଶ୍ନ କରିଛନ୍ତି । ଜଣେ ସାଧାରଣ ସଚିବଙ୍କ ପାଇଁ ଆଜି ଏତେ ପିଲାଙ୍କ ଜୀବନ ସହ ଖେଳ ଖେଳାଗଲା । ଜିଲ୍ଲାପାଳ ମାନଙ୍କ ରାଜନୈତିକ ଦଳର ସଭାପତି ଭଳି ଆଚରଣ ଆଜି ଏହି ଘଟଣା ପାଇଁ ଦାୟୀ । କିଏ ସେ ପାଣ୍ଡିଆନ୍ ଯାହା ପାଇଁ ଛତା ଧରି ଠିଆ ହେଉଛନ୍ତି ବିଧାୟକ ଓ ସାଂସଦ । ଏହା କଣ ୫ -ଟି ବିକାଶ । ସେ ଜବାବ୍ ଦିଅନ୍ତୁ । ନିଦରେ ଶୋଇଥିବା ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *