ଗୃହରେ କ୍ରମାଗତ ବିଶୃଙ୍ଖଳା ଲାଗି ୧୨ କଂଗ୍ରେସ ବିଧାୟକଙ୍କୁ କରାଗଲା ନିଲମ୍ୱନ। ଏଥର କିନ୍ତୁ ବର୍ତ୍ତିଗଲେ ବାହିନୀପତି ଓ ତାଙ୍କ ଖାସ୍ ଅନୁଗତ ବିଧାୟକ ରମେଶ ଜେନା। ରମେଶ ଜେନା ଗୃହରେ ଅନୁପସ୍ଥିତ ଥିବାରୁ ତାଙ୍କ ଉପରେ ଲାଗୁ ହୋଇନି ନିଲମ୍ୱନ ଦଣ୍ଡ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଉପନେତା ଅଶୋକ ଦାସ, ମୁଖ୍ୟ ସଚେତକ ସିଏସ ରାଜେନ ଏକ୍କା, ବିଧାୟକ ସାଗର ଦାସ, ମଙ୍ଗୁ ଖିଲ. ସୋଫିଆ ଫିର୍ଦ୍ଦୋସ, ଦାଶରଥି ଗମାଙ୍ଗ, କେ,ଆପଲ୍ଲା ସ୍ୱାମୀ, ନୀଳମାଧବ ହିକକା, ସତ୍ୟଜିତ ଗମାଙ୍ଗ, ପବିତ୍ର ସାଉଁତା ଓ ପ୍ରଫୁଲ୍ଲ ପ୍ରଧାନଙ୍କୁ ଗୃହରୁ ନିଲମ୍ୱିତ କରାଯାଇଛି। ନିଲମ୍ୱନ ପରେ ବି କଂଗ୍ରେସ ସଭ୍ୟ ଗୃହ ଭିତରେ ଘଣ୍ଟ ବଜାଇ ପ୍ରତିବାଦ ଜାରି ରଖିଥିଲେ। ବିଧାୟକଙ୍କ ନିଲମ୍ୱନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ।

Naxatra News is now on Whatsapp
Join and get latest news update delivered to you via whatsapp
Join Now