ଓଡ଼ିଶାରାଜନୀତି

୨ ମାସ ବ୍ୟାପୀ ହାତରେ ହାତ ଯୋଡ଼ ଆରମ୍ଭ

() କେନ୍ଦ୍ରର ମୋଦି ଓ ରାଜ୍ୟର ନବୀନ ସରକାରଙ୍କ ବିରୁଦ୍ଧରେ ଆଜିଠୁ ଓଡ଼ିଶାରେ ୨ ମାସ ବ୍ୟାପୀ ହାତରେ ହାତ ଯୋଡ଼ କାର୍ଯ୍ୟକ୍ରମ ଆରମ୍ଭ କରିଛି କଂଗ୍ରେସ। ନବରଙ୍ଗପୁରରୁ ଏହାର ଶୁଭାରମ୍ଭ ହୋଇଛି। ରାଜ୍ୟରେ ଅମଲାଙ୍କ ଅଧୀନରେ ନିର୍ବାଚିତ ପ୍ରତିନିଧି ଓ କେନ୍ଦ୍ରରେ ମୋଦିଙ୍କ ସବକା ସାଥ ବିଶ୍ୱାସଘାତର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି ପ୍ରଦେଶ କଂଗ୍ରେସ। ସେପଟେ ଏଭଳି ଯାତ୍ରାର କୌଣସି ଫରକ ପଡ଼ିବନି ବୋଲି କହିଛି ବିଜେଡି ଓ ବିଜେପି।

ଦେଶବ୍ୟାପୀ ଆଜିଠୁ ୨ ମାସ ବ୍ୟାପୀ ହାଥ୍ ସେ ହାଥ୍ ଯୋଡ଼ କାର୍ଯ୍ୟକ୍ରମ ଆରମ୍ଭ କରିଛି କଂଗ୍ରେସ। ଏହି ଅବସରରେ ନବରଙ୍ଗପୁରରୁ ଏହାର ଶୁଭାରମ୍ଭ କରିଛି ଓଡ଼ିଶା କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ହାତରେ ହାତ ଯୋଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୨୮ରେ ଭାରତ ଯୋଡ଼ ଯାତ୍ରା ଓଡ଼ିଶାରେ ବନ୍ଦ ହେବ। ତୃଣମୂଳସ୍ତରରୁ କଂଗ୍ରେସକୁ ସୁଦୃଢ଼ କରିବା ସହ ଘରକୁ ଘର ଯୁବ, ଛାତ୍ର, ମହିଳା ଓ ତୁଙ୍ଗ ନେତା ମିଶି ସଂଗଠନକୁ ସଶକ୍ତ କରିବେ ବୋଲି କହିଛନ୍ତି ପିସିସି ସଭାପତି। ବିଶେଷ କରି ମୋଦି ସରକାରଙ୍କ ସବକା ସାଥ୍, ସବକା ବିକାଶ ଓ ସବକା ବିଶ୍ୱାସ ଧୂଆଁବାଣରେ ପରିଣତ ହୋଇଛି। ଓଡ଼ିଶାରେ ଅମଲାତନ୍ତ୍ରୀ ସରକାରରେ ଲୋକେ ଭୀତତ୍ରସ୍ତ। ସେଥିଲାଗି ପ୍ରତି ପଞ୍ଚାୟତ ଓ ବ୍ଲକରେ କଂଗ୍ରେସ ପହଞ୍ଚିବ। ଆଉ ଉଭୟ ବିଜେଡି-ବିଜେପି ବିରୁଦ୍ଧରେ ଲୋକଙ୍କୁ ସଚେତନ କରାଇବା ସହ କଂଗ୍ରେସ ଉପରେ ଭରସା ଲାଗି ଅପିଲ୍ କରିବ।

ସେପଟେ ବିଜେପି ଏଭଳି ଯାତ୍ରାକୁ ତାତ୍ସଲ୍ୟ କରିଛି। ୫୦ ବର୍ଷ ଧରି ଦେଶକୁ ଶାସନ କରିଥିବା କଂଗ୍ରେସର ଅସଲରୂପ ଜାଣିବା ପରେ ଜନତା ଏବେ କଂଗ୍ରେସକୁ ନିଜର ସ୍ଥାନ ଦେଖାଇଛନ୍ତି। ପରିବାରବାଦ ରାଜନୀତିକୁ ପସନ୍ଦ କରିନାହାନ୍ତି। ମୋଦିଙ୍କ ବିକାଶମନ୍ତ୍ରକୁ ଦେଶବାସୀଙ୍କ ଅତୁଟ ବିଶ୍ୱାସର ପ୍ରତିଫଳନ ସଭିଙ୍କ ସାମ୍ନାରେ। ବିଜେଡି କହିଛି, ଏଭଳି ଅନେକ କାର୍ଯ୍ୟକ୍ରମ ହେଲାଣି। କିନ୍ତୁ ଓଡ଼ିଶାରେ ବିଜେଡି ଲୋକଙ୍କ ବଳ ସାଜିଛି ଆଉ ନବୀନଙ୍କ କ୍ରେଜ୍ ଆଗରେ ସବୁ ଫିକା।

୯ରୁ ୯୦। ୨୪ ପାଇଁ ଏହି ସ୍ୱପ୍ନକୁ ସାକାର କରିବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ କଂଗ୍ରେସ। ହେଲେ ଦଳୀୟ କନ୍ଦଳ ଏତେ ତୀବ୍ର ଯେ, ଦଳ ଯେତିକି ଆଗକୁ ବଢିବାକୁ ପଣ କରୁଛି, ସେତିକି ପଛାଇଲା ଭଳି ଲାଗୁଛି। ହାତ ପେ ହାତ ଯୋଡ଼ରେ ଆଗ ଦଳୀୟ ନେତାଙ୍କ ଭିତରେ ହାତ ଭଲରେ ଯୋଡ଼ୁ ବୋଲି ରାଜନୀତିକ ସମୀକ୍ଷକ ମତବ୍ୟକ୍ତ କରିଛନ୍ତି।

ନବରଙ୍ଗପୁରରୁ ରବି ପଟ୍ଟନାୟକ ଓ ଭୁବନେଶ୍ୱରରୁ ସିମ୍ପୁଲ ନାୟକଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button