ରଥଖଳା ହାଲଚାଲ୍ : ତିନି ରଥର ଧ୍ଵଜବତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

Spread the love

ପୁରୀ : ଆଉ ୬ ଦିନ ପରେ ଅନୁଷ୍ଠିତ ହେବ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଶ୍ରୀନଅର ସମ୍ମୁଖ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନିରଥ ଚାରିପାଖ ପଟା ବାଡିଆ ସହ ଆଗଆଣି, ପଛଆଣି ଢମକ ମଝିରେ ୫ଟି ଲେଖାଏଁ ଜଗତପୃଷ୍ଟ ଶେଣି ପକାଯାଇଛି । ଶେଣି ଉପରେ ସିଂହାସନ ବସିବ । ମହାପ୍ରଭୁଙ୍କ ଚକା ସିଂହାସନ ତିଆରି ସରିଛି । ତିନି ରଥର ଧ୍ଵଜବତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ଵକର୍ମା ମହାରଣା, ରୂପକାର ସେବକ, କରତି ସେବକ, ଓଝା ମହାରଣା, ପହି ମହାରଣା, ଚିତ୍ରକର ସେବକ, ଦରଜି ସେବକ ଓ ଭୋଇ ସେବକଙ୍କ ସହ ଅନ୍ୟାନ୍ୟ ସେବକମାନେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ସାରିବାକୁ ବିଶ୍ଵକର୍ମା ମହାରଣା ମାନେ ପ୍ରୟାସ ଜାରୀ ରଖିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଜୁନ୍ ୨୦ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *