ମୃତଦେହ ସଂରକ୍ଷଣ ପାଇଁ ଏମସ୍ ରେ ପହଞ୍ଚିଲା କଣ୍ଟେନର

Spread the love

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ ମୃତଦେହ ସଂରକ୍ଷଣ ପାଇଁ ସ୍ଥାନ ଅଭାବ ଦେଖାଦେଇଛି । ଶବ ସଂରକ୍ଷଣ ପାଇଁ ପାରାଦୀପରୁ ୫ଟି କଣ୍ଟେନର ଆଣାଯାଇଛି । ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏବେ ଏମ୍ସରେ ଆହୁରି ୮୦ଟି ମୃତଦେହ ରହିଛି । ସେଗୁଡ଼ିକୁ ସଂରକ୍ଷଣ ପାଇଁ ଏଠାରେ ଡିପ୍ ଫ୍ରିଜ୍ ର ଅଭାବ ରହିଛି । ତେଣୁ କଣ୍ଟେନର ମଗାଯାଇଥିଲା ।

ପ୍ରତି କଣ୍ଟେନରରେ ୩୦ରୁ ୪୦ ମୃତଦେହ ସଂରକ୍ଷିତ ରହିପାରିବ । କଣ୍ଟେନରରେ ଦୁଇମାସ ପର୍ଯ୍ୟନ୍ତ ମୃତଦେହ ସଂରକ୍ଷିତ ରଖାଯାଇପାରିବ ।

ବାହାନଗା ରେଳ ଦୁର୍ଘଟଣା ପରେ ବାଲେଶ୍ୱରରୁ ଭୁବନେଶ୍ୱର ଏମ୍ସକୁ ୧୨୩ ମୃତଦେହ ଆସିଥିଲା । ୪୩ ମୃତଦେହକୁ ସେମାନଙ୍କ ସମ୍ପର୍କିୟଙ୍କୁ ଚିହ୍ନଟ କରିବା ପରେ ହସ୍ତାନ୍ତର କରାଯାଇଛି । ଏବେ ପ୍ରାୟ ୮୦ ମୃତଦେହ ରହିଛି । ୧୬ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଚାଲିଛି । ଏହା ଶୀଘ୍ର ସରିବ ଓ ପରିଜନଙ୍କୁ ହସ୍ତାନ୍ତର କରାଯିବ । କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଉପୁଜିଲେ ମୃତଦେହର ଡିଏନ୍ଏ ଟେଷ୍ଟ କରାଯିବ । ବାହାର ରାଜ୍ୟର ବିଶେଷଜ୍ଞମାନେ ଏଥିନିମନ୍ତେ ଏଠାରେ ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *