ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ । ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବେ । ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି । କୋର କମିଟି ବୈଠକରେ ନୂଆପଡା ଉପନିର୍ବାଚନ ନେଇ ହେବ ଆଲୋଚନା । କିଏ ହେବ ପ୍ରାର୍ଥୀ ସାମ୍ଭାବ୍ୟ ତାଲିକାକୁ ନେଇ ହେବ ମାନସ ମନ୍ଥନ । ଏହାସହ ରାଜ୍ୟ କମିଟି ମଧ୍ୟ ହୋଇପାରେ ଚୂଡ଼ାନ୍ତ ।
ଅନ୍ୟପଟେ ଆସନ୍ତାକାଲି ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ହେବ ଜନଜାତି ବିଧାୟକ ଏବଂ ସାଂସଦଙ୍କୁ ପ୍ରଶିକ୍ଷଣ ଶିବିର । ଯେଉଁଥିରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଜନଜାତି ବିଧାୟକ ଏବଂ ସାଂସଦ । ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ଯୋଗ ଦେଇ ଦେବେ ପ୍ରଶିକ୍ଷଣ । ଜନଜାତି ବିଧାୟକ, ସାଂସଦ ନିଜ ନିଜ ନିର୍ବାଚନ ମଣ୍ଡଳୀର କିଛି କିଛି ଗାଁ ଆଡପ୍ଟ କରିବେ ଅର୍ଥାତ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ । ଜନଜାତି ବିଧାୟକ ଏବଂ ସାଂସଦ ୨୦ ରୁ ୨୫ ଗ୍ରାମକୁ ପୋସ୍ୟ ଭାବେ ଗ୍ରହଣ କରିବେ ।ଏନେଇ ପ୍ରଶିକ୍ଷଣ ଶିବିରରେ ବିଧାୟକ ଏବଂ ସାଂସଦ ମାନଙ୍କୁ ତାଲିମ ଦିଆଯିବ । ଏହା ପରେ ବିଜେପି ରାଜ୍ୟ କାର୍ଯ୍ୟଳୟରେ ବସିବ କୋର କମିଟି ବୈଠକ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now