ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ଏନେଇ ଆଜି ବରଗଡ଼ ଟାଉନ ଥାନା ସ୍ଥିତ ୱାର୍ଡ ନଂ୧ ମାଲପଡ଼ାର ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରାଯାଇଛି। ମାଜିଷ୍ଟେଟଙ୍କ ଉପସ୍ଥିତିରେ ୫୦୦ କଫସିରଫ, ୧୨ ଶହ ନିଶା ଇଂଜେକସନ, ୨୦୦ ଷ୍ଟିପ ନିଶା ବଟିକା ସହ ନଗଦ ଟଙ୍କା ଜବତ ହୋଇଛି । ଘଟଣାରେ ଘର ମାଲିକ ବୁଲୁ ସାହୁଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now