ହୋଇଯାଆନ୍ତୁ ସାବଧାନ! ଆସୁଛି ଚତୁର୍ଥ ଲହର!

ବାହାର ରାଜ୍ୟରେ ବଢୁଛି ସଂକ୍ରମଣ l ଚତୁର୍ଥ ଲହର କୁ ନେଇ ଘନଉଛି ଆଶଙ୍କା l ଓଡିଶାର ସ୍ଥିତି ଭଲ ରହଛି। ତା ସହ ଲୋକମାନେ କୋଭିଡ ଟିକାର ଦୁଇଟି ଡୋଜ ନେଇଥିବାରୁ ସଂକ୍ରମଣ ଅଧିକ ବଢି ନ ପାରେ ବୋଲି କହୁଛନ୍ତି ବିଶେଷଜ୍ଞ। ହେଲେ ଏହାରି ଭିତରେ ଅନେକ ଲୋକଙ୍କର ବୁଷ୍ଟର ଡୋଜ ନେବାର ସମୟ ହୋଇ ସାରିଥିଲେ ବି ସେମାନେ ବୁଷ୍ଟର ଡୋଜ ପ୍ରତି ଆଗ୍ରହ ଦେଖାନ ଥିବା ଜଣା ପଡିଛି। ରାଜ୍ୟରେ ଶହେ ପ୍ରତିଶତ ରୁ ମାତ୍ର ୧୮ପ୍ରତିଶତ ନେଇଛନ୍ତି ପ୍ରିକସନ ଡୋଜ ଟିକା l ସେପଟେ ୫ ରୁ ୧୨ ବର୍ଷ ପିଲା ବି ଏଥର ନେବେ ଟିକା। ରାଜ୍ୟରେ ୫-୧୨ ବର୍ଷ ବୟସ ର ୫୦ ଲକ୍ଷ ୪୩ ହଜାର ପିଲା ଟିକା ନେବା ପାଇଁ ରହିଛନ୍ତି l ୧୨-୧୪ ବର୍ଷ ପିଲା ୭୮% ଟିକାନେଇସାରିଲେଣି l ୧୫-୧୮ ବର୍ଷ ବର୍ଗର ପିଲା ୮୮% ଟିକାନେଇସାରିଲେଣି l ୧୮ବର୍ଷରୁ ଉର୍ଦ୍ଧ ବର୍ଗର ପ୍ରଥମ ଡୋଜ ୯୬% ଓ ଦ୍ୱିତୀୟ ଡୋଜ ୮୭% ଲୋକ ନେଇସାରିଲେଣି।
ସେପଟେ ରାଜ୍ୟରେ ସ୍ଥିତି ଭଲ ରହିଥିଲେ ମଧ୍ୟ ଅନ୍ୟ ରାଜ୍ୟକୁ ଚଳପ୍ରଚଳ କରୁଥିବା ଯାତ୍ରୀଙ୍କ ପାଇଁ କେତେବେଳେ ବି ସଂକ୍ରମଣ ବଢିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ l ସେପଟେ ନୂଆ ନୂଆ ଭ୍ୟାରିଆଣ୍ଟ ର ମ୍ୟୁଟେସନ ଆଗକୁ ଚିନ୍ତା ବଢ଼ାଇପାରେ ବୋଲି ମଧ୍ୟ କୁହାଯାଉଛି l
ତିନୋଟି ଲହରକୁ ପାଖରୁ ଅନୁଭବ କରିଥିବା ଜନସାଧାରଣ ଯଦି ପୂର୍ବ ପରି ଉଭୟ ଟିକାନେବେ ଓ କୋଭିଡ ଠାରୁ ଦୁରେଇ ରହିବା ପାଇଁ ସଚେତନ ରହିବେ ତେବେ ସ୍ଥିତିକୁ ହୁଏତ ଆୟତ ଭିତରେ ରଖାଯାଇପାରେ l