ଅପରାଧଓଡ଼ିଶା

ଶୁଭଶ୍ରୀ ମୃତ୍ୟୁ: କ୍ରାଇମ ସିନ ରିକ୍ରିଏସନ କରିବ ପୁଲିସ

ଭୁବନେଶ୍ବର: ଶୁଭଶ୍ରୀ ମୃତ୍ୟୁ ମାମଲାରେ ଆଜି ପୁଲିସ ସିନ ରିକ୍ରିଏସନ କରିବ। ଅଭିଯୁକ୍ତ ପ୍ରେମିକ ଚିତ୍ତରଞ୍ଜନକୁ ନେଇ କମିଶନରେଟ ପୁଲିସ କ୍ରାଇମ ସିନ ରିକ୍ରିଏସନ କରିବାକୁ ଯାଉଛି। ଚିତ୍ତ କିପରି ଏହି ମାମଲାରେ ଜଡିତ ତାହା ଜାଣିବାକୁ ସମସ୍ତ ଚେଷ୍ଟା ଚଳାଇଛି ପୁଲିସ। ପୁଲିସ ଅଭିଯୁକ୍ତକୁ ନେଇ ବାହାରିଛି ଶୁଭଶ୍ରୀଙ୍କ ଘରକୁ।

ଆଉ କିଛି ସମୟ ପରେ ଶୁଭଶ୍ରୀ ମୃତ୍ୟୁ ଘଟଣାରେ କମିଶନରେଟ ପୁଲିସ ଅଭିଯୁକ୍ତ ପ୍ରେମିକ ଚିତ୍ତକୁ ନେଇ କରିବ କ୍ରାଇମସିନ ରିକ୍ରିଏସନ। ଚିତ୍ତକୁ ନେଇ ଶୁଭଶ୍ରୀ ଆତ୍ମହତ୍ୟା କରିଥିବା ଘରକୁ ନେବ ଓ ସେଠାରେ କିପରି ଶୁଭଶ୍ରୀକୁ ଝୁଲନ୍ତା ଅବସ୍ଥାରୁ ତଳକୁ ଓହ୍ଲାଇଥିଲା ତାହା ଦେଖିବ ପୁଲିସ।

ଅନ୍ୟପଟେ ଏହି ଘଟଣାରେ ପୁଲିସ ସନ୍ଦେହ ଘରକୁ ଆସିଛନ୍ତି ଟ୍ୟୁସନ ମ୍ୟାଡମ। ଘଟଣାରେ ତାଙ୍କର ମଧ୍ୟ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୁଲିସ। ତେଣୁ ଟ୍ୟୁସନ ମ୍ୟାଡମଙ୍କୁ ମଧ୍ୟ ପଚରାଉଚରା କରିପାରେ ପୁଲିସ। କାରଣ ଅଭିଯୁକ୍ତ ଶୁକ୍ରବାର ପୁଲିସ ଆଗରେ କହିଥିଲା କି, ଶୁଭଶ୍ରୀ ତାକୁ ଫୋନ କରି ସେ ଆତ୍ମହତ୍ୟା କରୁଥିବା କହିଥିଲା। ଏହାକୁ ନେଇ ଚିତ୍ତ ଡରି ଯାଇଥିଲା ଓ ଶୁଭଶ୍ରୀଙ୍କ ଘରକୁ ନିଜେ ଯିବା ପୂର୍ବରୁ ତାଙ୍କ ପୁଅର ଟ୍ୟୁସନ ମ୍ୟାଡମଙ୍କୁ ଫୋନ କରି ତାଙ୍କ ଘରକୁ ଯିବାକୁ କହିଥିଲା। ତେବେ ମ୍ୟାଡମ ଯାଇଥିଲେ କି ନାହିଁ ତାହା ପୁଲିସକୁ କହିନ ଥିଲା। ତେଣୁ ଘଟଣାରେ ମ୍ୟାଡମଙ୍କର ମଧ୍ୟ କିଛି ଭୂମିକା ଥିବା ପୁଲିସ ସନ୍ଦେହ କରୁଛି।

Leave a Reply

Your email address will not be published.

Back to top button