ନାବାଳକକୁ ଝାମ୍ପିନେଲା କୁମ୍ଭୀର

Spread the love

ପଟ୍ଟାମୁଣ୍ଡାଇ/ଭୁବନେଶ୍ୱର : ବୁଧବାର ସକାଳେ ବ୍ରାହ୍ମଣୀ ନଦୀ କୂଳରୁ ମା ସାମ୍ନାରେ ଜଣେ ନାବାଳକକୁ କୁମ୍ଭୀର ଝାମ୍ପିନେଇଛି । ପରେ ଉକ୍ତ ନାବାଳକର ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି । ମୃତକ ହେଲେ ୧୦ ବର୍ଷୀୟ ନାବାଳକ ଆଶୁତୋଷ ଆଚାର୍ଯ୍ୟ ।

ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁ ନିକଟରେ ଥିବା ବ୍ରାହ୍ମଣୀ ନଦୀକୁ ମାଙ୍କ ସହ ନାବାଳକ ଆଶୁତୋଷ ଗାଧେଇବାକୁ ଯାଇଥିଲା । ଗାଧୋଇବା ବେଳେ ହଠାତ୍ କୁମ୍ଭୀରଟି ଆଶୁତୋଷକୁ ଝାମ୍ପିନେଇଥିଲା । ଏହାପରେ ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଆଶୁତୋଷର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ପହିଲି ରଜରେ ଏଭଳି ଅଘଟଣ ଘଟିଥିବାରୁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *