ମତ୍ସଜୀବିଙ୍କ ଜାଲରେ କୁମ୍ଭୀର ଉଦ୍ଧାର, ଭୟରେ ଗ୍ରାମବାସୀ !

Spread the love

ଭଦ୍ରକ ଜିଲ୍ଲା ପଦ୍ମପୁର ପଞ୍ଚାୟତ ସାନ ଅଗାପୁର କଣ୍ଟା ନଦୀରେ ଜାଲ ଦ୍ଵାରା ମାଛ ଧରୁଥିବା ମତ୍ସଜୀବିଙ୍କ ଜାଲରେ ଆଜି ଏକ ୬ ଫୁଟ ଲମ୍ବର କୁମ୍ଭୀର ପଡିଛି । ଆଜି ସକାଳ ସମୟରେ ମତ୍ସଜୀବି ମାଛ ଧରୁଥିବା ସମୟରେ କୁମ୍ଭୀର ଜାଲରେ ପଡିଥିଲା । ସେମାନେ କୌଶଳ କରି ନଦୀ ଆଡିକୁ ନେଇ ଆସିଥିଲେ । ଏହି କୁମ୍ଭୀରକୁ ଦେଖିବା ପାଇଁ ନଦୀ ପାଖରେ ଗ୍ରାମ ବାସୀଙ୍କ ଭିଡ଼ ଲାଗିଛି । ଗ୍ରାମ ବାସୀ ମାନେ ଏହି ନଦୀ ଉପରେ ନିର୍ଭର କରୁଥିବାରୁ କୁମ୍ଭୀର କୁ ଦେଖି ଏବେ ଭୟଭିତ ହୋଇ ଯାଇଛନ୍ତି । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *