ସମ୍ବଲପୁର: ମହାନଦୀରେ ମାଛ ମାରୁଥିବା ସମୟରେ ମାଛ ଧରାଳିଙ୍କ ନଜରରେ ପଡିଲା ଘଡ଼ିଆଳ କୁମ୍ଭୀର l ସମ୍ବଲପୁର ନିକଟ ମହାନଦୀରେ ଏହି ଘଡ଼ିଆଳ ମରି ପଡିଥିବାର ଦେଖିବାକୁ ମିଳିଥିଲା । ପାଣି ଭିତରେ ପଡିଥିବା କୁମ୍ଭୀର ଦେଖି କିଛି ସମୟ ପାଇଁ ଛାନିଆ ହୋଇ ଯାଇଥିଲେ ମାଛ ଧରାଳି। କୁମ୍ଭୀରଟି କିନ୍ତୁ ପାଣି ଭିତରେ ମରିଥିବା ଜାଣିବା ପରେ ମାଛଧରାଳି ମାନେ ତାକୁ କୂଳକୁ ଆଣିବା ସହ ବନ୍ୟ ପ୍ରାଣୀ ବିଭାଗକୁ ଖବର ଦେଇଥିଲେ । ବନ୍ୟ ପ୍ରାଣୀ ବିଭାଗ କର୍ମଚାରୀଙ୍କ ଉପସ୍ଥିତି ରେ କୁମ୍ଭୀରକୁ ପାଣି ଭିତରୁ ଉଦ୍ଧାର କରାଯାଇଥିଲା । କୁମ୍ଭୀର ପିଠିରେ ଜିପିଏସ ଟ୍ରାନ୍ସମିଟର ଲାଗିଥିବା ଦେଖିବାକୁ ମିଳିଥିଲା l ତେବେ କୁମ୍ଭୀରଟି ନଦୀ ପାଣିରେ ସାତକୋଶିଆ ଟିକରପଡା ଅଞ୍ଚଳରୁ ଆସିଛି ବୋଲି କହିଛି ବନ ବିଭାଗ।
ତେବେ କୁମ୍ଭୀର ଟି କିପରି ପାଣିର ବିପରୀତ ସ୍ରୋତ ରେ ଏତେ ବାଟ କେମିତି ଆସିଲା ,? ଟ୍ରାକର୍ ଲାଗିଥିଲେ ସୁଦ୍ଧା କୁମ୍ଭୀର ମୃତ୍ୟୁ ସମ୍ପର୍କରେ ତଥ୍ୟ କିପରି ମିଳିଲା ନାହିଁ ? କୁମ୍ଭୀରର ମୃତ୍ୟୁ କେଉଁ କାରଣରୁ ହେଲା ତାହା ମଧ୍ୟ ସ୍ପଷ୍ଟ ହୋଇପାରୁନାହିଁ। ସ୍ଥାନୀୟ ଲୋକେ ବନ ବିଭାଗକୁ କୁମ୍ଭୀରକୁ ହସ୍ତାନ୍ତର କରିଛନ୍ତି l
ରାଜକୋଷରୁ ଟଙ୍କା ଖର୍ଚ୍ଚ ହୋଇ ହେଉଛି। କିନ୍ତୁ କୁମ୍ଭୀର ସୁରକ୍ଷା ଦିଗରେ ଅଧିକ ଯତ୍ନବାନ୍ ହେବା ଜରୁରୀ ହୋଇପଡିଛି।
ସରୋଜ ସେଠଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now