ଆସନ୍ତା କାଲିଠୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା

ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା । ୮ ଦିନ ବ୍ୟାପି ଏହି ଯାତ୍ରାକୁ ସୁଚାର ରୂପେ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲିଯାତ୍ରା ପଡିଆ ପ୍ରତ୍ୟକ ଦିନ ସୁରକ୍ଷା ବଳୟ ମଧ୍ୟରେ ରହିବ । ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ ଓ ବରିଷ୍ଠ ପୋଲିସ ଅଫିସର । ମେଳାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବା ଦୃଷ୍ଟିକୋଣରୁ ପୋଲିସର ୨୦ଟି କଣ୍ଟ୍ରୋଲ ରୁମ ରହିବ। ଏହାବ୍ୟତୀତ ସିସିଟିଭି ସର୍ଭିଲାନ୍ସ , ଡ୍ରୋନ ସର୍ଭିଲାନ୍ସ , ଟ୍ରାଫିକ ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥାକୁ ସୁଚାର ରୂପେ କରିବା ପାଇଁ ସମସ୍ତ ଦାଇତ୍ୱ ବଣ୍ଟନ କରାଯାଇଛି । ମଙ୍ଗଳବାର କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଅନୁଷ୍ଠିତ ପୋଲିସ ବ୍ରିଫି କାର୍ଯ୍ୟକ୍ରମର ସମସ୍ତ ପୋଲିସ ଅଧିକାରୀ ଙ୍କୁ ନିଜର ଦାଇତ୍ୱ ସୂଚାର ରୂପେ ତୁଲାଇବା ପାଇଁ ନିର୍ଦେଶ ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *