ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାର ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣର ପ୍ରତିଫଳନ। ଏହା ନ୍ୟାୟ ପ୍ରଶାସନଠାରୁ ଆଗକୁ ଯାଇ ଇତିହାସ, ସଂସ୍କୃତି ଓ ଶିକ୍ଷାର ପରିସରକୁ ବ୍ୟାପକ କରିବ । ନ୍ୟାୟିକ ଦସ୍ତାବିଜ, ରେକର୍ଡ ଏବଂ କଳାକୃତିର ସଂରକ୍ଷଣ ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଯୁଗ ଯୁଗ ଧରି ଆଇନ ଗବେଷକ, ଛାତ୍ର ଏବଂ ଐତିହାସିକଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି କଟକଠାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାରକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଆମ ନ୍ୟାୟପାଳିକାର ସମୃଦ୍ଧ ପରମ୍ପରାକୁ ଆଗାମୀ ପିଢ଼ି ନିମନ୍ତେ ସଂରକ୍ଷିତ ରଖିବାର ସାମୂହିକ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରେ ।
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now