
କଟକ: ବାସୀ ଖାଦ୍ୟ ଖାଇ ପରିବାରର ୨ ମୃତ। ଏଭଳୀ ଅଭାବନୀୟ ଘଟଣା ଘଟିଛି ବଡ଼ମ୍ବା ବ୍ଳକ ମାଣିଆ ବନ୍ଧ ଫାଣ୍ଡି ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତର ବୀରବର ପୁର ଗ୍ରାମରେ। ସେହି ଗ୍ରାମର ଗୋବିନ୍ଦ ପାତ୍ରଙ୍କ ପରିବାର ବାସୀ ଖାଦ୍ୟ ଖାଇ ଆସୁସ୍ଥ ହୋଇଥିଲେ। ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଗୋବିନ୍ଦ ପାତ୍ରଙ୍କ ପୁଆ ଓ ଝିଆ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ଗୁରୁତର ଅବସ୍ଥାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।