ସିଏମସିର ଶପଥ ଗ୍ରହଣ ଉତ୍ସବ

ଗୁରୁବାର ଡେପୁଟି ମେୟର ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଏହି ନିର୍ବାଚନ ପାଇଁ ହୁଇପ ଜାରି କରିଛି ବିଜେଡି । ଶାସକ ଦଳର ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଡେପୁଟି ମେୟର ସିଟଟି ବିଜେଡି ହିଁ ଦଖଲ କରିବ ତାହା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଡେପୁଟି ମେୟରଙ୍କ ନାଁ ବନ୍ଦ ଲଫାପାରେ ଜିଲ୍ଲା ବିଜେଡି ସଭାପତିଙ୍କ ପାଖରେ ପହଁଚିସାରିଥିବା ବେଳେ ଆଜି ତାହା ଖୋଲାଯିବ । ଡେପୁଟି ମେୟର ପଦ ପାଇଁ ଆଦିବାସୀ ଯୁବତି ଦମୟନ୍ତୀ ମାଝି ଙ୍କ ନାଁମ ସୁପାରିସ ହୋଇଛି I ଆଜି ଅନୁଷ୍ଠିତ ହେବ ସିଏମସିର ଶପଥ ଗ୍ରହଣ ଉତ୍ସବ । କଟକ ଶହିଦ ଭବନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଛି ପ୍ରଶାସନ । ପ୍ରଥମେ ସକାଳ 9ଟା ସମୟରେ ମେୟରଙ୍କ  ଶପଥ ଗ୍ରହଣ କାର୍ଯ୍ୟ କରାଯିବ ଏବଂ ଏହା ପରେ କର୍ପୋରେଟର ମାନେ ଶପଥ ଗ୍ରହଣ କରିବେ । ଏହା ପରେ ସକାଳ 10ଟା ବେଳେ ଡେପୁଟି ମେୟର ପଦ ପାଇଁ କର୍ପୋରେଟରମାନେ ମତଦାନ କରିବେ । ଯଦି ଡେପୁଟି ମେୟର ପଦ ପାଇଁ ଏକାଧିକ କର୍ପୋରେଟର ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରନ୍ତି ତେବେ ଏନେଇ ନିର୍ବାଚନର ପୁରା ପ୍ରକ୍ରିୟାକୁ ଅନୁସରଣ କରାଯିବ । ଏବଂ ଅପରାହ୍ନ ସାଢେ ଗୋଟାଏ ଠାରୁ ନିର୍ବାଚନ ଆରମ୍ଭ ହେବ ବୋଲି କହିଛନ୍ତି ସିଏମସି କମିଶନର I ସିଏମସିର ମୋଟ 59 ୱାର୍ଡରୁ 38ଟି ସିଟ ଜିତି ଥିବା ଶାସକ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଥିବାରୁ ଡେପୁଟି ମେୟର ସିଟ ଟି ବିଜେଡି ହିଁ ଦଖଲ କରିବ ତାହା ସ୍ପଷ୍ଟ ହୋଇଯାଇଛି । ଡେପୁଟି ମେୟର ନିର୍ବାଚନକୁ ନେଇ ଦଳ ହୁଇପ ଜାରି କରିଥିବା ସମ୍ପର୍କରେ ନିଜ ଦଳର ନିର୍ବାଚିତ କର୍ପୋରେଟରଙ୍କୁ ଅବଗତ କରାଇଛନ୍ତି କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ । ତେବେ ବିଜେଡି ପକ୍ଷରୁ  ଦଳର ଡେପୁଟି ମେୟର ପ୍ରାର୍ଥୀଙ୍କୁ ଚୟନ କରାଯାଇ ତାଙ୍କ ନାଁକୁ ଏକ ବନ୍ଦ ଲଫାପାରେ ବିଜେଡିର କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ନିକଟକୁ ପଠାଯାଇଛି । ସେପଟେ ଡେପୁଟି ମେୟର କିଏ ହେବେ ସେ ନେଇ ସସପେନ୍ସ ଜାରି ରହିଥିବା ବେଳେ 49ନମ୍ବର ଓ୍ବାର୍ଡର ସର୍ଵ କନିଷ୍ଠ କର୍ପୋରେଟର ଦମୟନ୍ତୀ ମାଝିଙ୍କୁ ଦଳ ଡେପୁଟି ମେୟର ପ୍ରାର୍ଥି କରିପାରେ ବୋଲି ଚର୍ଚ୍ଚା ହେଉଛି ।
59 ଓ୍ବାର୍ଡ ବିଶିଷ୍ଟ ସିଏମସିରେ ବିଜେଡି 38ଟି ଓ୍ବାର୍ଡରେ କବଜା କରିଥବିା ବେଳେ କଂଗ୍ରେସ 8ଟି, ବିଜେପି 7ଟି ଓ ସ୍ବାଧିନ 6ଟି ସିଟ ପାଇଛନ୍ତି । ମିଳିଥିବା ସୂଚନା ମୁତାବକ ଆଜି କେବଳ ବିଜେଡି ହିଁ ଡେପୁଟି ମେୟର ପଦ ପାଇଁ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *