ଅପରାଧଓଡ଼ିଶା

ଜାଗାପାଇଁ ରକ୍ତ ଚିହ୍ନିଲାନି ରକ୍ତକୁ ,ଚାଲିଗଲା ଜୀବନ

 ମୟୁରଭଞ୍ଜ: ସାମାନ୍ୟ ଜାଗା ପାଇଁ ଭାଇ ସାଜିଲା ସଇତାନ । ଭାଇ ଓ ଭାଉଜ ମିଶି ପିଟି ପଟି ମାରିଦେଲେ  ବଡ ଭଉଣୀକୁ । ମୟୁରଭଞ୍ଜର ବାଙ୍ଗିରିପୋଷି ଥାନା ଅଧୀନ ବେଗୁନିଆ ବନ୍ଧ ଗ୍ରାମରେ ଘଟିଛି ଏ ଅଭାବନୀୟ ଘଟଣା ।  ପୋଲିସ ଘଟଣାକୁ ଆଧାର କରି ଆରମ୍ଭ କରିଛି ତଦନ୍ତ । 

ସୂଚନା ଅନୁଯାୟୀ ଜାଗା ପ୍ରସଙ୍ଗକୁ ନେଇ ମୃତକ ଜବା ଏବଂ ତାଙ୍କ ଭାଇ ବୁଢାନଙ୍କ ସମ୍ପର୍କ ଭଲ ନଥିଲା । ଜବା କିଛି ଜାଗା ମାଡିବସିଥିବା ବେଳେ ବୁଢାନ ତାକୁ ଛାଡିବାକୁ ରାଜି ନଥିଲେ ।  କିଛିଦିନ ପୂର୍ବରୁ ଜବା ନିଜ ଜାଗାରେ ଥିବା ଏକ ଗଛକୁ ବିକ୍ରି କରିଥିଲେ ଏବଂ ଗଛକାଟ ବେଳେ ବୁଢାନ ଏହାକୁ ବିରୋଧ କରିଥିଲେ ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାର ସମାଧାନ ପାଇଁ ଗତ ରାତିରେ ଗ୍ରାମରେ ବୈଠକ ବସିଥିଲା କିନ୍ତୁ ବୈଠକରେ କିଛି ସମାଧାନ ହୋଇପାରିନଥିଲା । ଫଳରେ ଜବା ସେଠାରେ ଗାଳି ଗୁଲଜ କରି ଘରକୁ ଫେରି ଆସିଥିଲେ ।

 ଗାଳି ଗୁଲଜ କରି ଫେରିଯିବା ପରେ ଭାଇ ବୁଢାନ ଓ ତାଙ୍କ ପତ୍ନୀ ମାଳତୀ ରାଗରେ ଜର୍ଜରିତ ହୋଇ ପରଦିନ ସକାଳେ ଜବାଙ୍କ ଘରେ ପହଞ୍ଚଥିଲେ । ସେଠାରେ ତାଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ ମାରିବା ପରେ ତାଙ୍କୁ ଗାଁ ମଝିରେ ଘୋଷାଡି ଘୋଷାଡି ନେଲେ । ଫଳରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ଜବା ଗାଁ ରାସ୍ତାରେ ହିଁ ଅଖି ବୁଜିଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା ଏବଂ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲା । ଏବେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Related Articles

Leave a Reply

Your email address will not be published.

Back to top button