କଟକରେ ଉଦଘାଟିତ ହୋଇସାରିଛି ଐତିହାସିକ ବାଲିଯାତ୍ରା

କଟକ ର ଐତିହାସିକ ବାଲିଯାତ୍ରା ଶୁକ୍ରବାର ଉଦ୍‌ଘାଟିତ ହୋଇସାରିଛି। କାର୍ତ୍ତିକ ପୂର୍ଣ୍ଣିମା ର ପ୍ରଥମ ସନ୍ଧ୍ୟାରେ ବାଲିଯାତ୍ରା ଆୟୋଜିତ ହୋଇଥିବା ବେଳେ ମେଳାରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ବାଲିଯାତ୍ରା କୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିବା ପରେ  ସେ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ କଟକ ସହର ଭାଇଚାରା, କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରାଣକେନ୍ଦ୍ର କଟକସହର ଯାହାର ଏକ ସ୍ୱତନ୍ତ୍ର ବାଣିଜ୍ୟିକ ପ୍ରସିଦ୍ଧି ରହିଛି। କଟକ ର ବାଲିଯାତ୍ରା ନୌବାଣିଜ୍ୟ ପରମ୍ପରାକୁ ନେଇ ବହୁ ବର୍ଷରୁ ଆୟୋଜନ ହୋଇଆସୁଛି ବୋଲି ସେ କହିଥିଲେ। ବାଲିଯାତ୍ରା ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା କରିଛନ୍ତି ଯେ ମହାନଦୀରେ ହେବ ଦୁଇଟି ରିଭର ଫ୍ରଣ୍ଟ। କଟକ ଓ ସମ୍ବଲପୁର ରେ ହେବ ରିଭର ଫ୍ରଣ୍ଟ। ଏଥି ପାଇଁ 200 କୋଟି ଟଙ୍କା ବ୍ୟୟରେ ହେବ। ସାବରମତୀ ରିଭର ଫ୍ରଣ୍ଟ ଭଳି ହେବ ରିଭର ଫ୍ରଣ୍ଟ । ସେହିପରି କଟକ ସହର କୁ ଆଧୁନିକ କଟକ କରାଯିବ। ଏହା ସହ କଟକକୁ ଭୁବନେଶ୍ୱର ସହ ଯୋଡି ଏକ ଟୁଇନ ସିଟିରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଆସିଛି। ଏବଂ ଏହି ଦିଗରେ ସରକାର କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଯାଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପୂର୍ଵରୁ ଅନେକ ଥର ବାଲିଯାତ୍ରା ବୁଲିବାକୁ ଆସିଥିଲି କିନ୍ତୁ ପ୍ରଥମ ଥର ଲାଗି ରାଜ୍ୟ ପ୍ରଶାସନ ପକ୍ଷରୁ ଏହାକୁ ଉଦଘାଟିତ କରିଥିବାରୁ ବେଶ ଖୁସି ଅନୁଭବ କରିଥିଲେ ମୁଖ୍ୟମନ୍ତ୍ରୀ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ହଜାର ହଜାର ବର୍ଷ ପରେ ମଧ୍ୟ ବିଦେଶ ମାଟିରେ ଉଦ୍ଜୀବିତ ରହି ଥିବା କଥା କହିଥିଲେ। ଆଗାମୀ ଦିନରେ ଓଡିଶାର ଅର୍ଥନୀତି ଓ ଭିତ୍ତିଭୂମିରେ ବହୁତ ବଡ଼ ପରିବର୍ତନ ହେବା କୁ ଯାଉଛି ଏବଂ ରାଜ୍ୟ ସରକାର ଏନେଇ ଉଦ୍ୟମ ଜାରି ରଖି ଥିବା କହିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ନୁହେଁ ବରଂ ଜଣେ ସାଧବ ପୁଅ ଭାବେ ବ୍ୟବସାୟ ବାଣିଜ୍ୟ କରିବା ପାଇଁ ମୁଁ ଆସନ୍ତା କାଲି ସିଙ୍ଗାପୁର ଯିବି ବୋଲି ନିଜ ବକ୍ତବ୍ୟରେ କହିଲେ ମୁଖ୍ୟମନ୍ତ୍ରୀ। ଏହା ସହ କଟକର ଦହିବରା ପ୍ରତି ତାଙ୍କର ଦୁର୍ବଳତା ଥିବା ନିଜ ବକ୍ତବ୍ୟରେ କହିଥିଲେ ମୁଖ୍ୟମନ୍ତ୍ରୀ ।

ସେହିପରି ପ୍ରଥମ ସନ୍ଧ୍ୟାରେ ମନ ମହୁଛି ଐତିହାସିକ ବାଲିଯାତ୍ରା । ମେଳା ଆରମ୍ଭ ରୁ ଲକ୍ଷାଧିକ ଲୋକଙ୍କ ସମାଗମରେ ଦୁଲୁକୁଛି ମେଳା ପଡ଼ିଆ। ଲୋକେ କିଣାବିକା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭରପୁର ମଜା ଉଠାଉଛନ୍ତି । ତେବେ ଶୁକ୍ରବାର ପ୍ରଥମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ବଲିଉଡ୍ ର ଲୋକପ୍ରିୟ ଗଜଲ ଗାୟକ “ଅନୁପ  ଜଲୋଟା” ଙ୍କ ଦମଦାର ଗଜଲ ପ୍ରଦର୍ଶନ। ଚମତ୍କାର ଢଙ୍ଗ ରେ ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ହିନ୍ଦୀ ଗଜଲ ଐସି..ଲଗି..ଲଗନ୍.. ମୀରା..ହୋଗଇ..ମଗନ୍……, ଅଚ୍ୟୁତମ…କେଶବମ ଭଳି ଗୀତ ଗାଇ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ମତୁଆଲା କରିଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *