ବାତ୍ୟା ସମୟର ସୁଯୋଗ ନେଇ କଳାବଜାରୀ କରୁଥିବା ବେପାରୀ ଙ୍କୁ ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ । ଯେଉଁମାନେ ପରିସ୍ଥିତି ର ଫାଇଦା ଉଠାଇ ହୋଡ଼ିଂ ଓ କଳାବଜାରୀ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ସରକାର ଏମିତି ଆକ୍ସନ ନେବେ ସେମାନେ ବ୍ୟବସାୟ କରିବା ଭୁଲିଯିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ସେହିପରି ସାଧାରଣ ଲୋକଙ୍କୁ ଅପିଲ କରି ରାଜସ୍ୱ ମନ୍ତ୍ରୀ କହିଛନ୍ତି ବର୍ଷା ଦୁଇ ଦିନ ହେବ । ୪୮ ଘଣ୍ଟା ର କଥା ତେଣୁ ଲୋକମାନେ ଆତଙ୍କିତ ହୋଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣି କି ଘରେ ମହଜୁଦ ରଖନ୍ତୁ ନାହିଁ । ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରହିଛି ଲୋକେ ଆତଙ୍କିତ ହୋଇ ଅଯଥା କିଣା କିଣି କରି ରଖନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି ରାଜସ୍ୱ ମନ୍ତ୍ରୀ
Naxatra News is now on Whatsapp
Join and get latest news update delivered to you via whatsapp
Join Now