ଘଣ୍ଟା ପ୍ରତି ୧୮ କି.ମି. ବେଗରେ ମାଡି ଆସୁଛି ବାତ୍ୟା ‘ଦାନା’

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ଏବେ ଗଭୀର ଅବପାତରୁ ସାମୁଦ୍ରିକ ଝଡର ରୂପ ନେଇଛି ଘଣ୍ଟା ପ୍ରତି ୧୮ କି.ମି. ବେଗରେ ଆଗକୁ ମାଡିଆସୁଛି। ପାରାଦ୍ୱୀପ ଠାରୁ ୫୬୦ କି.ମି. ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି। ପଶ୍ଚିମବଙ୍ଗ ସାଗରଦ୍ୱୀପ ଠାରୁ ୬୩୦ କି.ମି. ଦକ୍ଷିଣ ପୂର୍ବ  ଦିଗରେ ରହିଛି ବାତ୍ୟା ଦାନା। ବଙ୍ଗୋପସାଗରରେ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ। ଆସନ୍ତାକାଲି ସକାଳେ ସିଭିୟର୍‌ ସାଇକ୍ଲୋନ୍‌ ଷ୍ଟର୍ମ ର ରୂପ ନେବ। ୨୪ ରାତି ଓ ୨୫ ସକାଳ ଭିତରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପୁରୀରୁ ପଶ୍ଚିମବଙ୍ଗ ସାଗରଦ୍ୱୀପ ଭିତରେ ଉପକୂଳ ପାର କରିବ ବାତ୍ୟା। ତେବେ ଉତ୍ତର ଓଡିଶାରେ ବାତ୍ୟା ବେଶୀ ପ୍ରଭାବ ପକାଇବ ବୋଲି ଆନୁମାନ କରାଯାଉଛି। ୭ଟି ଜିଲ୍ଲାରେ ଆସନ୍ତାକାଲି ଏବଂ ପରଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ଉପକୂଳ ଓଡିଶାରେ ପବନର ବେଗ ୧୦୦-୧୨୦ କି.ମି. ରହିପାରେ।

ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱରରେ ପବନର ବେଗ ଘଣ୍ଟା ପ୍ରତି ୧୦୦-୧୧୦ କି.ମି. ରହିପାରେ। ମୟୂରଭଞ୍ଜରେ ପବନର ବେଗ ଘଣ୍ଟା ପ୍ରତି ୮୦-୯୦ ଏବଂ ପୁରୀରେ ୬୦-୭୦ କି.ମି. ରହିପାରେ। ସେହିପରି କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ୱରରେ ଘଣ୍ଟାପ୍ରତି ବେଗ ୬୦-୭୦ ରହିବ ବୋଲି ଆକଳନ କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ସବୁଜାଗାରେ ୧ ନଂ ବିପଦ ସଙ୍କେତ ଜାରି କରାଯାଇଛି ଏବଂ ସମସ୍ତଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ ମଧ୍ୟ କରାଯାଇଛି। ଆଜି ରାତି ସୁଦ୍ଧା ପ୍ରଭବିତ ଜିଲ୍ଲାଗୁଡିକର ଲୋକଙ୍କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଆଶ୍ରୟୀସ୍ଥଳ ବ୍ୟତୀତ ଆଉ ୫୦୦ ଆଶ୍ରୟ ଶିବିର ଏବଂ ୨୫୦ ରିଲିଫ୍ ସେଣ୍ଟର୍ ର ବ୍ୟବସ୍ଥା ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *