ଯାଜପୁର: ବିଂଝାରପୁର ବ୍ଲକ ପ୍ରୀତିପୁର ପଂଚାୟତର ନୂଆଗାଁ ଉପର ହରିଜନ ସାହିର ଦାଶରଥି ମଲ୍ଲିକ । ଏବେ ଗୁରୁତର କିଡନୀ ରୋଗରେ ପୀଡିତ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଘର ଚଳାଇବା ପାଇଁ ଯେଉଁଠି ଅର୍ଥାଭାବ ରହୁଛି ସେଠି କିଡନୀ ଭଳି ଗୁରୁତର ରୋଗର ଚିକିତ୍ସା କରିବେ କେମିତି। ପରିବାର ଲୋକେ ମାଗି ଯାଚି ଯାହା କିଛି ଆଣୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ।
ଏ ହେଉଛନ୍ତି ବିଂଝାରପୁର ବ୍ଲକ ପ୍ରୀତିପୁର ପଂଚାୟତର ନୂଆଗାଁ ଉପର ହରିଜନ ସାହିର ଦାଶରଥି ମଲ୍ଲିକ l ଦାଶରଥୀଙ୍କର ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର l ସେ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ l ସ୍ୱଳ୍ପ ରୋଜଗାରରେ ଦୁଃଖେ କଷ୍ଟେ ପରିବାର ଚାଲୁଥିଲା l ଏହି ସମୟରେ ଦଇବ ଦାଉ ସାଜିଲା l ଶେଷରେ ଅସାଧ୍ୟ୍ୟ କୀଡୀନ ରୋଗରେ ଆକ୍ରାନ୍ତ ହୋଇଥିଲେ ଦାଶରଥି l ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନି। ସାହି ପଡିଶାରେ ମାଗି ଯାଚି ଯାହା ମିଳୁଛି ସେଥିରେ ଦୁଇ ଓଳି ଦୁଇ ମୁଠା ଖାଇବା କଷ୍ଟକର ହୋଇ ପଡୁଛି l ସେ କ୍ଷେତ୍ରରେ ଲକ୍ଷ ଲକ୍ଷ ଟଙ୍କା ଆସିବ କେଉଁଠୁ ଚିକିତ୍ସା ପାଇଁ ସେ ନେଇ ଚିନ୍ତାରେ ପରିବାର ଲୋକେ ।
ବର୍ଷେ ହେଲା ଦାଶରଥି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଘରେ ଯେତିକି ସମ୍ବଳ ଥିଲା ତାକୁ ବିକି ଭାଙ୍ଗି ପରିବାର ଚଳୁଛି । ଏବେ ଘର ଚଳିବା ବି ମୁସ୍କିଲ ହୋଇ ପଡ଼ିଲାଣି। ଏଭଳି ସ୍ଥିତିରେ ସରକାରଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ। ଦାଶରଥିଙ୍କ ଏଭଳି ପରିସ୍ଥିତିରେ ସରକାର କିମ୍ବା କୌଣସି ସ୍ହହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ଏକାନ୍ତ ଆବଶ୍ୟକ l ସେପଟେ ଜିଲା ପ୍ରଶାସନକୁ ଏ ନେଇ ଅବଗତ କରିବା ପରେ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ କହିଛନ୍ତି ଅତିରିକ୍ତ ଜିଲ୍ଳାପାଳ । ଯଦି କେହି ସହୃଦୟ ବ୍ୟକ୍ତି ଦଶରଥିଙ୍କୁ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ଏହି ନମ୍ବରରେ ଯୋଗାଯୋଗ କରନ୍ତୁ l
MOB ନଂ: +91 70089 28197
BANK NAME : INDIAN OVERSEAS BANK
NAME : RASMI MALIK
ACCOUNT NO : 379601000004378
IFSC CODE: IOBA0003796
ସରକାରୀ ସହାୟତା ଅପେକ୍ଷାରେ ପରିବାର ଲୋକ ଥିବା ବେଳେ ସେପଟେ ଜିଲା ପ୍ରଶାସନ ପକ୍ଷରୁ ସହାୟତା କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now