ଅପରାଧଓଡ଼ିଶା

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଢେଙ୍କାନାଳ ଶ୍ୟାମାଚରଣପୁର ପିଏଚ ସ୍ଥିତ ରେଳ ଧାରଣା ନିକଟରୁ ମିଳିଛି ଜଣେ ଯୁବକଙ୍କ ମୃତ ଦେହ। ମୃତକ ଗଁଦିଆ ଥାନା ଠାକୁରପାଳ ଗାଁର ହୋଇଥିବା କୁହାଯାଉଛି ।

ଢେଙ୍କାନାଳ ଶ୍ୟାମାଚରଣପୁର ପିଏଚ ସ୍ଥିତ ରେଳ ଧାରଣା ନିକଟରେ ଗତକାଲି ରାତିରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ତେବେ ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିଛି ତାହା ଜଣାପଡି ନାହିଁ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ଯୁବକଙ୍କ ଘର ଗଁଦିଆ ଥାନା ଠାକୁରପାଳ ଗାଁରେ ହୋଇଥିବା ଜଣାପଡିଛି। ଖବର ପାଇ ରେଳବାଇ ପୋଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ପଚରାଉଚରା ଚଳାଇଛି। ଆଜି ମୃତଦେହର ପଞ୍ଚନାମା ଓ ବ୍ୟବଦେହ ହେବ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡିବ ବୋଲି ଜିଆରପି କହିଛି।

Leave a Reply

Your email address will not be published.

Back to top button