ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ପଣ୍ଡିକୋଟ ଗାଁରେ। ମୃତକ ହେଲେ ଡମୁ ଜାନୀ। ସୋମବାର ସକାଳୁ ମୃତ୍ୟୁବରଣ କରିଥିଲେ ଡମୁ। ଶବ ସଂସ୍କାର ପାଇଁ ଗାଁ ଲୋକଙ୍କୁ ଡାକିବାରୁ କାନ୍ଧ ଦେବାକୁ କରିଦେଲେ ମନା। ଏମିତିରେ ୩୦ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଘରେ ଶବ ପଡ଼ିରହିଥିଲା। ମୃତକଙ୍କ ପରିବାର ଯେତେ ଆତୁର ହେଲେ ବି ଗ୍ରାମବାସୀ ନିଜ ଜିଦରେ ଅଡ଼ି ରହିଲେ। ଶେଷରେ ପ୍ରଶାସନ ବି ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଇଥିଲା। କିନ୍ତୁ ଧର୍ମ ପରିବର୍ତ୍ତନ କରିଥିବାରୁ କାନ୍ଧ ଦେବାର ପ୍ରଶ୍ନ ଉଠୁନି ବୋଲି ରୋକଠୋକ ଶୁଣାଇ ଦେଇଥିଲେ ଗ୍ରାମବାସୀ।
୩ ବର୍ଷ ହେଲା ଧର୍ମ ପରିବର୍ତ୍ତନ କରିଥିଲେ ଡମୁ। ସେଥିପାଇଁ ଗାଁ ଶ୍ମଶାନରେ ଜାଗା ଦେଲେନି ଗ୍ରାମବାସୀ। ବାହାରକୁ ନେଇଯାଅ ବୋଲି କହିଥିଲେ। ଶବ ସାହିରେ ପଡ଼ିଥିବାରୁ ଘରେ ରୋଷେଇ କାମ ବି ବନ୍ଦ ଥିଲା। ତେବେ ଯେତେ ବୁଝାଇଥିଲେ ବି କେହି ଶୁଣିବାକୁ ପ୍ରସ୍ତୁତ ହେଲେନି। ତେଣୁ ବାଧ୍ୟ ହୋଇ ଶେଷରେ ପ୍ରଶାସନ ଶବ ଦାହ ଲାଗି ଆଗେଇଆସିଥିଲା।ଯେଉଁ ଜାଗା ପ୍ରଶାସନ ଦେଖାଇଥିଲା, ସେ ବି ଜଣଙ୍କର ପଟ୍ଟା ଜାଗା ଥିଲା। ସେଥିଲାଗି ନିଜେ ଆଗେଇଆସିଥିଲା ପ୍ରଶାସନ।
Naxatra News is now on Whatsapp
Join and get latest news update delivered to you via whatsapp
Join Now