ଜାତୀୟ

ପିଏଫ ଖାତାରେ କେତେ ଟଙ୍କା ଆସୁଛି କେଉଁ ମାସରେ?

ନୂଆଦିଲ୍ଲୀ: ଯଦି ଆପଣଙ୍କର ପି -ଏଫ ଆକଉଣ୍ଟ ଅଛି ଓ ପ୍ରତି ମାସରେ ଏଥିରେ ଟଙ୍କା ଜମା ହେଉଛି, ତେବେ ଏ ଖବର ଆପଣଙ୍କ ପାଇଁ । ଏବେ ଆପଣ ବି ନଜର ରଖି ପାରିବେ  ଆପଣଙ୍କ ଖାତରେ ହେଉଥିବା ପ୍ରତେକଟି ଗତିବିଧି ଉପରେ । ଏହି ପ୍ରକ୍ରିୟା ପାଇଁ ଆପଣଙ୍କୁ କେଉଁଆଡେ ବୁଲିବାକୁ ପଡିବନି । ଏସ ଏମ ଏସ, ମିସ କଲ, ଆପଲିକେସନ କିମ୍ବା ୱେବସାଇଟ ମାଧ୍ୟମରେ ଆପଣ ଏସବୁ ଜାଣିପାରିବେ ।

ସର୍ବପ୍ରଥମେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କ ମୋବାଇଲ ନଂ ରେଜିଷ୍ଟର ହେଇଥିବା ଆବଶ୍ୟକ । ଯଦି ନାହଁ ଆପଣ ୱେବସାଇଟରେ ଯାଇ ମୋବାଇଲ ନଂ ରେଜିଷ୍ଟର କରିବା ଆବଶ୍ୟକ ।

ଏସ ଏସ ଏସ ମାଧ୍ୟମରେ କିପରି ଜାଣିବେ

ପି- ଏଫ ଆକାଉଣ୍ଟର ବାଲାନ୍ସ ଚେକ କରିବା ପାଇଁ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବର ରେ 7738299899 କୁ “ଇପିଏଫଓଏଚଓ ୟୁଏଏନ ଏଲଏଏନ” ଲେଖି ମେସେଜ ପଠାଇବେ ।

ମିସ୍ କଲ ମାଧ୍ୟମରେ କିପରି ଜାଣିବେ

ଯଦି ଆପଣଙ୍କ ମୋବାଇଲ ନମ୍ବର ଆଧାରକାର୍ଡ ଓ ପ୍ୟାନକାର୍ଡରେ ରେଜିଷ୍ଟର ହେଇଛି ତାହେଲେ ଆପଣ ମିସ କଲ ମାରି ଜାଣି ପାରିବେ ସମସ୍ତ ତଥ୍ୟ । ନମ୍ବଟି ହେଉଛି 011-22901406 ନଚେତ 9966044425 ।

ୱେବସାଇଟି ମାଧ୍ୟମରେ କିପରି ଜାଣିବେ

  • ସର୍ବପ୍ରଥମେ ୟୁଉ ପି ଏଫ ୱେବସାଇଟରେ ଭିସିଟ କରି ନିଜର ୟୁଏଏନ ଆକ୍ଟିଭେଟ କରିବାକୁ ପଡିବ ।
  • ପେଜ୍ ଟି ଖୋଲିଯିବା ପରେ ଆପଣଙ୍କୁ ୟୁଏଏନ, ଆଧାର ଓ ପ୍ୟାନର ତଥ୍ୟ ଭରିବାକୁ ପଡିବ ।
  • ସମସ୍ତ ତଥ୍ୟ ଦେଇସାରିବା ପରେ ମୋବାଇଲ ନମ୍ୱରରେ ଏକ ଓଟିପି ଆସିବ ଏହି ଓଟିପି ପ୍ରବେଶ କରିବା ପରେ ଆପଣଙ୍କ ୟୁଏଏନ ସକ୍ରିୟ ହୋଇଯିବ ।
  • ଏଠାରେ ଆପଣ ଆପଣଙ୍କ ସମସ୍ତ କାର୍ଯ୍ୟ କରିପାରିବେ ।

ଆପଲିକେସନ ମାଧ୍ୟମରେ କିପରି ଜାଣିବେ

ପି-ଏଫ ବାଲାନ୍ସ ଚେକ୍ କରିବା ପାଇଁ ସରକାର ଦ୍ୱାରା ପ୍ରଦତ୍ତ ୟୁଏମଏଏନଜିରେ ସମସ୍ତ ତଥ୍ୟ ଦେଇ ଲଗଇନ କରିବାକୁ ପଡିଥାଏ । ଲଗ୍ଇନ ପରେ ଆପଣ ଏହିଠାରେ ଆପଣଙ୍କ ଆକାଉଣ୍ଟର ସମସ୍ତ କାର୍ଯ୍ୟ ଦେଖିପାରିବେ ।

Related Articles

Leave a Reply

Your email address will not be published.

Back to top button