ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର

Spread the love

ଯାଜପୁର ସଦରଥାନା ଅନ୍ତର୍ଗତ ୨ନଂ ଜାତୀୟ ରାଜପଥ ବନ୍ତ ମିରିଜାପୁରସ୍ଥିତ ରାସ୍ତା କଡ଼ରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି l ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାଇ, ବନ୍ତ ମିରିଜାପୁର ସ୍ଥିତ ରାସ୍ତା କଡ଼ରେ ଦୁର୍ଗନ୍ଧ ହେବା ସହ ଏକ ମୃତଦେହ  ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏନେଇ ଯାଜପୁର ସଦର ଥାନାକୁ ଖବର ଦେଇଥିଲେ l ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରି ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ପଠାଯାଇଛି l ଏହା ଏକ ହତ୍ୟାକାଣ୍ଡ ନହେଲେ ଦୁର୍ଘଟଣା ହୋଇଥାଏ ବୋଲି ସନ୍ଦେହ କରାଯାଉଛି। ତେବେ ମୃତଦେହଟି ୨ ରୁ ୩ ଦିନ ତଳର ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *