ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କର ପରଲୋକ । ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ରାଜ୍ୟପାଳ ଭାବେ ପରିଚିତ ଚନ୍ଦ୍ରକାନ୍ତ ଭଣ୍ଡାରେ ୨୧ ଅଗଷ୍ଟ ୨୦୦୭ରୁ ୯ମାର୍ଚ୍ଚ ୨୦୧୩ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଏଥି ସହିତ ଭଣ୍ଡାରେ ସୁପ୍ରିମକୋର୍ଟ ବାର ଆସୋସିଏସନର ଦୁଇଥର ସଭାପତି ମଧ୍ୟ ହୋଇଥିଲେ । ପୂର୍ବତନ ରାଜ୍ୟପାଳଙ୍କ ବିୟୋଗରେ ରାଜ୍ୟପାଳ ରଘୁବାର ଦାସଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରର ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ରାଜନେତା ମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now