ଓଡ଼ିଶା

୫୨ ଦିନରେ ପହଞ୍ଚିଲା ଦୀପିକାଙ୍କ ଧାରଣା

ଗଞ୍ଜାମ: ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିବି ବୋଲି କହିଛନ୍ତି ଦୀପିକା। ସ୍ତ୍ରୀର ହକ ଓ ପୁଅକୁ ତା ବାପାର ପରିଚୟ ପ୍ରଦାନ ଦାବିରେ ଦୀନେଶଙ୍କ ଘର ବାରଣ୍ଡାରେ ବସିଥିବା ଦୀପିକାଙ୍କ ଧାରଣା ୫୨ ଦିନରେ ପହଞ୍ଚିଛି।

ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିବେ ଦୀପିକା। ନ୍ୟାୟ ପାଇବାରେ ବିଳମ୍ବ ହେଲେ ଏଭଳି ନିବେଦନ କରିବେ ବୋଲି କହିଛନ୍ତି ଦୀପିକା। ଦୀର୍ଘ ୫୨ ଦିନ ଧରି ଧାରଣାରେ ବସିବା ପରେ ମଧ୍ୟ ସମାଧାନର ବାଟ ବାହାରିପାରିନାହିଁ। ସେଥିନିମନ୍ତେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ଦୀପିକା। ଗତ ଅଗଷ୍ଟ ୨ ତାରିଖରୁ ବ୍ରହ୍ମପୁର ଦେଶୀ ବେହେରା ସାହିରେ ରହୁଥିବା ଦୀନେଶଙ୍କ ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି ଦୀପିକା। ଗତ ୧୯ ତାରିଖରେ ରାଜ୍ୟ ମହିଳା କମିଶନରଙ୍କ ଉଭୟ ଦୀପିକା ଓ ଦୀନେଶଙ୍କୁ ତାଙ୍କ ନିକଟରେ ହାଜର ହେବାକୁ ନେଇ ଚିଠି କରିଥିଲେ। ଦୀପିକା ମହିଳା କମିଶନରଙ୍କ ପାଖରେ ହାଜର ହୋଇଥିବା ବେଳେ ଦୀନେଶ ଆସିନଥିଲେ। ତେଣେ ଆସନ୍ତା ୧୩ ତାରିଖରେ ପୁଣି ଆପୋଷ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ମହିଳା କମିଶନରଙ୍କ ନିକଟରେ ଦୀପିକାଙ୍କ ପକ୍ଷରୁ ସମସ୍ତ ପ୍ରକାରର ଭିଡ଼ିଓ, ତଥ୍ୟ ଉପସ୍ଥାପନା କରାଯାଇଥିଲା। ଦୀପିକା, ସମାଜସେବୀ ପ୍ରମିଳା ତ୍ରିପାଠୀ, ଦୀପିକାଙ୍କ ୨୦ ମାସର ପୁଅ ଓ ମା ମଧ୍ୟ ଉପସ୍ଥିତ ଥିଲେ । ଦୀନେଶ ସେହି ଦିନ ଯଦି ନ ପହଞ୍ଚିବେ ତେବେ ତାଙ୍କ ବିରୁଦ୍ଧରେ ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ କହିଥିବା ନେଇ କହିଛନ୍ତି ସମାଜସସେବୀ ପ୍ରମିଳା ତ୍ରିପାଠୀ ।

ଆଗାମୀ ୧୩ ତାରିଖରେ ଉଭୟ ପକ୍ଷରୁ ଆଲୋଚନା ସଫଳ ହେଉଛି ନା ନାହିଁ ତାହାକୁ ହିଁ ଏବେ ସମସ୍ତଙ୍କ ଅପେକ୍ଷା ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button