ସାମ୍ବାଦିକା ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ପ୍ରତିବାଦ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟର ଏସୟୁଜେ ସାମ୍ବାଦିକ ସଂଘ କେନ୍ଦୁଝର ପକ୍ଷରୁ ଦାବିପତ୍ର ପ୍ରଦାନ । ଗତକାଲି ଶ୍ରୀମନ୍ଦିର ସମ୍ମୁଖରେ ‘ବଡ ଖବର’ ଚ୍ୟାନେଲର ସ୍ଥାନୀୟ ପ୍ରତିନିଧି ଲିନୁ ନାୟକ ଏବଂ ତାଙ୍କ କ୍ୟାମେରାମ୍ୟାନ ଶିବ କିଶୋର ପଲେଇ ଖବର ସଂଗ୍ରହ କରୁଥିବାବେଳେ ନିଜକୁ ସେବାୟତ ଶ୍ରେଣୀର ବ୍ୟକ୍ତି କହି ଲିନୁଙ୍କୁ ଟଣା ଘୋଷରା କରିବା ସହିତ ମାଡ ମାରିଥିଲେ । ଏଥି ସହିତ କ୍ୟାମେରା ମ୍ୟାନ ପଲେଇଙ୍କୁ ତଳେ ପକେଇ ତାଙ୍କ ଉପରେ କେତେକ ସେବାୟତ ଚଢି ଯାଇଥିଲେ । ଏହି ଘଟଣାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି।କେବଳ ସେତିକି ନୁହେଁ ସୁଟିଂ କରାଯାଉଥିବା ଉଭୟ କ୍ୟାମେରା ଓ ମୋବାଇଲ ଫୋନକୁ ମଧ୍ୟ ସେବାୟତ ଛଡାଇ ନେଇଥିଲେ । ଜଣେ ମହିଳା ସାମ୍ବାଦିକଙ୍କୁ ଏକାଧିକ ପୁରୁଷ ସେବାୟତ ମିଳିମିଶି ମାଡ ମାରିବା,ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଏବଂ ଫଟୋ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ‘ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡିଶା କେନ୍ଦୁଝର ଜିଲା ଶାଖା ପକ୍ଷରୁ ସୋମବାର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ଘଟିଥବା ଏପରି ଅମାନବିକତା ଘଟଣାକୁ ବୁଦ୍ଧିଜିବୀ ମହଲରେ ଘୋର ନିନ୍ଦା କରାଯାଇଛି । ସେହିପରି ନିଷ୍ଠାର ସହିତ ନିଜର କର୍ତ୍ତବ୍ୟ ସମ୍ପାଦନା କରୁଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟମିତ ଭାବେ ଆକ୍ରମଣ ହେଉଥିବା ଯୋଗୁଁ ସାମ୍ବାଦିକ ମାନେ ସ୍ୱାଧୀନ ଭାବେ କାମ କରିବା କଷ୍ଟକର ହୋଇପଡିଛି । ସରକାର ‘ସାମ୍ବାଦିକ ସୁରକ୍ଷା ଆଇନ୍’ ପ୍ରଣୟନ କରିବାକୁ ମଧ୍ୟ ଏସୟୁଜେ ଓଡିଶା ପକ୍ଷରୁ ଦାବି କରିଛି । ସଂଘର ସଦସ୍ୟ ବିନୟ ଭୁଷଣ ପଟ୍ଟନାୟକ,ପାର୍ଥସାରଥି ମିଶ୍ର,ସୁଢଳ କୁମାର ସେଠୀଙ୍କ ସମେତ ଅନ୍ୟମାନେ ଜିଲ୍ଲାପାଳଙ୍କ ଜରିଆରେଏହି ଦାବିପତ୍ର କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now