ରାଷ୍ଟ୍ରପତିଙ୍କୁ ସଅର ପରିବର୍ତେ ଶବର କରିବା ପାଇଁ ଦାବିପତ୍ର

Spread the love

ଭୁବନେଶ୍ୱର : ମହାମହିମ ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ୨୫ ବର୍ଷ ଧରି ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼, ଜିଲ୍ଲା, ପୁରୀ ଜିଲ୍ଲା, କଟକ ଜିଲ୍ଲାର ସ୍ଥାୟୀ ଆଦିବାସୀ ମାନଙ୍କର ଶବର ପରିବର୍ତ୍ତେ ସଅର ହୋଇଥିବା ହେତୁ ଆଦିବାସୀ ମାନେ ଜମି ବିକ୍ରି କରିପାରୁ ନାହାନ୍ତି, ସ୍କୁଲ ଏବଂ କଲେଜରେ ନାମ ଲେଖାଇ ପାରୁନାହାନ୍ତି, ଚାକିରୀ କ୍ଷେତ୍ରରେ ପ୍ରମୋଶନ ପାଇପାରୁ ନାହାନ୍ତି । ସେଥିପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଶୀଘ୍ର ସଅର ପରିବର୍ତ୍ତେ ଶବର କଲେ ଆଦିବାସୀ ମାନେ ଉପକୃତ ହେବେ । ଏଥି ନିମନ୍ତେ ମହାମହିମ ରାଷ୍ଟ୍ରପତି ଦୃଢ଼ ପ୍ରତିଶୃତି ଦେଇଛନ୍ତି ବୋଲି ଜଟଣୀର ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *