ଭଦ୍ରକ ଜିଲ୍ଲାରେ ଖରିଫ ଧାନ ଚାଷ ର କ୍ଷୟକ୍ଷତି ନେଇ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବିଭିନ୍ନ ବ୍ଲକ ଗସ୍ତ। ଲଘୁଚାପ ଜନିତ ଲଗାଣ ବର୍ଷାରେ ଖରିଫ ଧାନ ଚାଷ ପ୍ରଭାବିତ ହୋଇଥିବାବେଳେ ରବିବାର ସକାଳ ୧୦ଟା ବେଳେ ପହଁଚି ଧାମନଗର ବ୍ଲକ ପଳିକିରି, ଭଗବାନପୁର ଅଞ୍ଚଳର ଧାନ କ୍ଷେତ କୁ ଯାଇ କ୍ଷୟକ୍ଷତି ତଦାରଖ କରିଥିଲେ। ପରେ ବନ୍ତ ବ୍ଲକ ଛଇଳିସିଂ ଅଞ୍ଚଳ କୁ ଯାଇ କ୍ଷୟକ୍ଷତି ର ତଦାରଖ କରିଥିଲେ। ଖରିଫ ଧାନ ସଂଗ୍ରହ ବେଳେ ବାରମ୍ବାର ଲଘୁଚାପ ଜନିତ ବର୍ଷା ଚାଷୀଙ୍କୁ ଅନେକ ସମସ୍ୟାରେ ପକାଇଛି ବୋଲି ଚାଷୀ ଙ୍କ ଠାରୁ ଶୁଣିଥିଲେ। ତେବେ କ୍ଷେତ ପରିଦର୍ଶନ ପରେ ଭଦ୍ରକ ଜିଲ୍ଲାରେ ଖରିଫ ଧାନ ଚାଷ ର ଖୟକ୍ଷତି ନେଇ ସର୍କିଟ ହାଉସ ରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଚାଷୀଙ୍କ ପ୍ରମୁଖ ସମସ୍ୟା ପ୍ରତି ଗୁରୁତ୍ବ ଆରୋପ କରିବା ସରକାର ଚାଷୀଙ୍କ ସମସ୍ୟା ପ୍ରତି ବେଶ ସମ୍ବେଦନଶୀଳ ଥିବା କହିଥିଲେ। ତେବେ ବିଭାଗୀୟ ଅଧିକାରୀଙ୍କ ଠାରୁ କ୍ଷୟକ୍ଷତି ର ରିପୋର୍ଟ ପାଇବା ପରେ ଚାଷୀ ଙ୍କୁ ସରକାର ଖୁବ୍ ଶୀଘ୍ର କ୍ଷୟକ୍ଷତି ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now